ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହିଳାମାନଙ୍କ ପାଇଁ ତାଙ୍କ କେଶ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଗୋଟିଏ କେଶ ଝଡିଲେ କି ପାଚି ଗଲେ କଥା ସାରିଲା। ତେବେ ନିୟମିତ ଚୁଟି କୁଣ୍ଡେଇବା ସମୟରେ ଅଳ୍ପ କେଶ ଝାଡ଼ିବା ସାଧାରଣ କଥା। ପ୍ରଦୂଷଣ, ଖରାପ ପାଣି, ଜଳବାୟୁ ପରିବର୍ତ୍ତନ, ଶରୀରରେ ପୋଷକ ତତ୍ତ୍ୱର ଅଭାବ ଏବଂ ନିଦ୍ରାହୀନତା କାରଣରୁ ସାଧାରଣତଃ କେଶ ଝଡ଼ି ଥାଏ। କିନ୍ତୁ ଏହା ବ୍ୟତୀତ, କେଶ ଝଡ଼ିବାର ଅନ୍ୟ କାରଣ ରହିଛି, ଯାହା ଆପଣ ବୋଧହୁଏ ଜାଣି ନଥିବେ। ଯଦି ଆପଣଙ୍କର କେଶ ପ୍ରତିଦିନ ବହୁ ପରିମାଣରେ ଝଡୁଛି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ।
– ଆଜିକାଲି ମହିଳାମାନଙ୍କଠାରେ ହରମୋନ୍ ଅସନ୍ତୁଳନ ସମସ୍ୟା ବହୁ ମାତ୍ରାରେ ଦେଖାଯାଉଛି। ଏହି କାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଅଧିକ କେଶ ଝଡ଼ିବା ହରମୋନାଲ ଅସନ୍ତୁଳନର ସଙ୍କେତ ହୋଇପାରେ। ଏଷ୍ଟ୍ରୋଜେନ୍, ଟେଷ୍ଟୋଷ୍ଟେରନ୍, DHEA ହରମୋନର ଅସନ୍ତୁଳନ କେଶକୁ ପ୍ରଭାବିତ କରେ।
– ମଧୁମେହ, ରକ୍ତଚାପ, ହୃଦଘାତ ଏବଂ ଆର୍ଥ୍ରାଇଟିସ୍ ଭଳି ରୋଗରେ କେଶ ଝଡ଼ିବା ମଧ୍ୟ ଦେଖାଯାଏ। ଏହା ବ୍ୟତୀତ ଅନେକ ଥର ଅସ୍ତ୍ରୋପଚାର ପରେ କିମ୍ବା କିଛି ବିଶେଷ ଔଷଧର ପ୍ରଭାବ ହେତୁ ବହୁ ପରିମାଣରେ କେଶ ଝଡିବାରେ ଲାଗିଥାଏ।
– ଅଟୋଇମ୍ୟୁନ ଡିସଅର୍ଡ ଆଲୋପେସିଆ ହେତୁ କେଶ ଝଡ଼ିବା ସମସ୍ୟା ମଧ୍ୟ ଦେଖାଯାଏ। ଅନେକ ଥର ଏହି କାରଣରୁ, ଖପୁରିର ବିଭିନ୍ନ ସ୍ଥାନରେ ଚାନ୍ଦାପଣ ଦେଖା ଯାଇଥାଏ। ଲୋକମାନେ ସାଧାରଣତଃ ଏହାକୁ ଅଣଦେଖା କରନ୍ତି, ଯାହା ସେମାନଙ୍କୁ ପଛରେ ବଡ଼ ବିପଦରେ ପକାଇ ଥାଏ।
– ଆଣ୍ଟି-ଡିପ୍ରେସାଣ୍ଟ, ରକ୍ତ ପତଳା ଏବଂ ଜନ୍ମ ନିୟନ୍ତ୍ରଣ ପାଇଁ ଔଷଧ ସେବନ କରୁଥିବା ବ୍ୟକ୍ତିମାନଙ୍କ ଉପରେ ତାର ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିବା ସହ କେଶ ଝଡ଼ିବା ସମସ୍ୟା ଦେଖାଯାଏ।
-ଯେଉଁମାନେ ସର୍ବଦା ଚିନ୍ତାଗ୍ରସ୍ତ ରୁହନ୍ତି, ସେମାନଙ୍କର ମାନସିକ ଅବସ୍ଥା ମଧ୍ୟ ସିଧାସଳଖ ସେମାନଙ୍କ କେଶ ଫୋଲିକଲକୁ ପ୍ରଭାବିତ କରିଥାଏ। ଅତ୍ୟଧିକ ଚାପ ହେତୁ କେଶ ଝାଡ଼ିବା ସମସ୍ୟା ହୋଇଥାଏ। ତେଣୁ ଯଦି ଆପଣଙ୍କ କେଶ ବହୁ ମାତ୍ରାରେ ଝଡୁଛି, ତେବେ ଏହା ଡିପ୍ରେଶନ କାରଣରୁ ହୋଇଥାଇପାରେ। ଏହାକୁ ଅଣଦେଖା କଲେ ଭବିଷ୍ୟତରେ ସମସ୍ୟାରେ ପଡ଼ିପାରନ୍ତି।
-ମଦ୍ୟପାନ ଏବଂ ଧୂମପାନ କରିବାର ଅଭ୍ୟାସ କେବଳ ଆପଣଙ୍କ ଶରୀରକୁ ନଷ୍ଟ କରିଥାଏ ତାହା ନୁହେଁ, ବରଂ ଏହା ଆପଣଙ୍କ କେଶକୁ ମଧ୍ୟ ନଷ୍ଟ କରିଥାଏ । ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନଙ୍କଠାରେ କେଶ ଝଡ଼ିବାର ଭୟଙ୍କର ସମସ୍ୟା ଦେଖାଯାଏ।
– ସେହିଭଳି ଥାଇରଏଡ, ଚର୍ମ ସଂକ୍ରମଣ ଓ କିଡନ ଜନିତ ରୋଗ ହୋଇଥିଲେ ବହୁ ମାତ୍ରରେ କେଶ ଝାଡ଼ିବାକୁ ଲାଗିଥାଏ।
0 Comments