ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରାୟ ସମସ୍ତଙ୍କୁ ଅଣ୍ଡା ଖାଇବାକୁ ଭଲ ଲାଗିଥାଏ। କେତେକ ଲୋକ ଅଛନ୍ତି ପ୍ରତିଦିନ ଅଣ୍ଡା ଖାଆନ୍ତି । ଆଉ କେତେକ ଲୋକ ଆମିଷ ଖାଆନ୍ତି ନାହିଁ କିନ୍ତୁ ଅଣ୍ଡା ଖାଇଥାନ୍ତି। ସାଧାରଣ ଭାବେ ହ୍ଵାଇଟ ଓ ବ୍ରାଉନ ଦୁଇଟି ରଙ୍ଗର ଅଣ୍ଡା ମିଳିଥାଏ । ତେବେ ସବୁ ପକ୍ଷୀ ଅପେକ୍ଷା ଓଟପକ୍ଷୀର ଅଣ୍ଡା ଦୁନିଆରେ ସବୁ ଠାରୁ ବଡ଼ ଅଣ୍ଡା ବୋଲି କୁହାଯାଏ। କିନ୍ତୁ ଏହାର ରେକର୍ଡ ଭାଙ୍ଗିଛି ଗୋଟିଏ କୁକୁଡ଼ା । ଆଜିକାଲି ସବୁଠାରୁ ବଡ଼ ଅଣ୍ଡା ଦେଉଥିବା ଗୋଟିଏ କୁକୁଡ଼ାର ଫଟୋ ଭାଇରାଲ ହେଉଛି । ଏହି କୁକୁଡ଼ାର ଗୋଟିଏ ଅଣ୍ଡା ଅନ୍ୟ କୁକୁଡ଼ାମାନଙ୍କ ୩ଟି ଅଣ୍ଡା ସହିତ ସମ୍ମାନ । ଏହି କୁକୁଡ଼ା ଏବଂ ତାର ଅଣ୍ଡା ଦେଖିବାକୁ ଲୋକମାନେଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।
ଇଂଲଣ୍ଡର ଦକ୍ଷିଣ ୟର୍କଶାୟରରେ ରହୁଥିବା ୭୧ ବର୍ଷିୟ ଜାନିସ୍ ଶାର୍ପ ସୋସିଆଲ ମିଡିଆରେ କିଣିଥିବା ସେହି ଅଣ୍ଡାର ଚିତ୍ର ସେୟାର କରିବା ପରେ ତାହା ବେଶ ଭାଇରାଲ ହୋଇଥିଲା। ଜାନିସ୍ ସେଠାରେ ଥିବା ଏକ କୁକୁଡ଼ା ଫାର୍ମରୁ କେତୋଟି ଅଣ୍ଡା କିଣିଥିଲେ। ଏହି ଅଣ୍ଡା ମଧ୍ୟରୁ ଗୋଟିଏ ବାକି ଅଣ୍ଡା ତୁଳନାରେ ତିନି ଗୁଣ ବଡ଼ ଥିଲା । ଯେତେବେଳେ ଜାନିସ୍ ଏହାକୁ ଫୁଟାଇଲେ, ତା ଭିତରୁ ତିନୋଟି ଅଣ୍ଡା କେଶର ବାହାରିଥିଲା । ସେ ଏହା ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରିନଥିଲେ। ସେ ସଙ୍ଗେ ସଙ୍ଗେ ଏହାର ଏକ ଫଟୋ ଉଠାଇଲେ। ତେବେ ସେହି ବଡ ଅଣ୍ଡାଟି ଉକ୍ତ ଫାର୍ମ ହାଉସର କୁକୁଡ଼ା ପେପୋ ଦେଇଥିଲା। ପିପୋ ଅନ୍ୟ କୁକୁଡ଼ା ଅପେକ୍ଷା ତିନି ଗୁଣ ବଡ଼ ଅଣ୍ଡା ସବୁ ବେଳେ ଦେଇଥାଏ। ପେପର୍ସ ଫିଲ୍ଡର ମାଲିକ କହିଛନ୍ତି ଯେ, ପେପୋ ହେଉଛି ତାଙ୍କ କୁକୁଡ଼ା ରାଣୀ । ତାର ଅଣ୍ଡା ସବୁବେଳେ ବଡ଼ ରହିଥାଏ। ପେପୋକୁ ତିନି ବର୍ଷ ବୟସ । ତାଙ୍କ ଫାର୍ମରେ ହଜାର ହଜାର କୁକୁଡ଼ା ଅଛନ୍ତି କିନ୍ତୁ ପେପୋ ସେମାନଙ୍କ ଠାରୁ ପୂରା ଭିନ୍ନ।
ପେପୋର ଅଣ୍ଡା ଯେମିତି ଆକର୍ଷଣୀୟ ସେମିତି ଲୋକପ୍ରିୟ ମଧ୍ୟ। ଏହା ଛଡ଼ା ପେପୋ ଅଣ୍ଡା ଅନ୍ୟ କୁକୁଡ଼ା ଅପେକ୍ଷା ଅଧିକ ମହଙ୍ଗା । ପେପୋର ଅଣ୍ଡାକୁ ଫାର୍ମ ହାଉସ ମାଲିକ ଡର୍ଜନ ପିଛା ୩୧୨ ରୁ ୩୫୦ ଟଙ୍କାରେ ବିକ୍ରି କରନ୍ତି। ବ୍ରିଟିଶ ଅଣ୍ଡା ସୂଚନା କେନ୍ଦ୍ର ଅନୁଯାୟୀ, ଗୋଟିଏ ଅଣ୍ଡାରୁ ତିନୋଟି କେଶର ବାହାରିବା ଘଟଣା ୨୫ ମିଲିୟନ ଭିତରେ ଗୋଟିଏ ହୋଇଥାଏ । ପେପୋର ଏହି ଅଣ୍ଡା ବିଶ୍ଵର ସର୍ବ ବୃହତ୍ତମ କୁକୁଡ଼ା ଅଣ୍ଡା ଭାବେ ପରିଗଣିତ ହୁଏ। ତେବେ ସୋସିଆଲ ମିଡିଆରେ ପେପୋର ବଡ଼ ଅଣ୍ଡା ଓ ସେ ନିଜେ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛି।
0 Comments