୧୨ ଘଣ୍ଟିଆ ଭାରତ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ପ୍ରିଜମ୍ ନ୍ୟୁଡଜ ବ୍ୟୁରୋ: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜି ସକାଳ ୬ ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ। କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି। ବନ୍ଦ ସମର୍ଥକମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିବା ସହ, ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ଭୁବନେଶ୍ବର-କଟକ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ରାସ୍ତାରେ ଗାଡିମଟର ଅଟକାଉଥିବାର ଦେଖିବାକୁ ମିଳିଛି। ଫଳରେ ଅନେକ ସ୍ଥାନେ ଯାତାୟତ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ ସେଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଅନେକ ସ୍ଥାନରେ ଆଜିର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହେଉଥିବାର ଦେଖିବାକୁ ମିଳୁଛି।

%d bloggers like this: