୧୨ ଘଣ୍ଟିଆ ‘ଭାରତ ବନ୍ଦ’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦ ଡାକରା ଦେଇଛି ମିଳିତ କିଷାନ ମୋର୍ଚ୍ଚା ।

ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ। ବନ୍ଦ ବେଳେ ପୂରା ଦେଶରେ ସଡ଼କ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି। କୃଷକ ନେତା ଦର୍ଶନ ପାଲ୍ କହିଛନ୍ତି ଯେ ‘ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ’।

କାଲି ଭାରତ ବନ୍ଦ ସମୟରେ ଶାନ୍ତି ବଜାୟ ରଖିବାକୁ ସେ କୃଷକମାନଙ୍କୁ କହିଛନ୍ତି। ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି।

କାଲି ଭାରତ ବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରେଡ୍ଡି କହିଛନ୍ତି ଯେ,  ତାଙ୍କ ରାଜ୍ୟରେ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ।

%d bloggers like this: