ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ୍ ଆକ୍ସନ ହିରୋ ଟାଇଗର ସ୍ରଫଙ୍କ ଆଗାମୀ ଫିଲ୍ମ ‘ଗଣପତ ପାର୍ଟ-୧’ର ଏକ ଭିଡିଓ ରିଲିଜ ହୋଇଛି। ଟାଇଗରଙ୍କ ଫାଷ୍ଟ ଲୁକ୍ ଏଥିରେ ସାମ୍ନାକୁ ଆସିଛି। ଏଥିରେ ଟାଇଗରଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ। ତେବେ ‘ଗଣପତ’ର ଏହି ଭିଡିଓକୁ ଟାଇଗର ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଟାଇଗରଙ୍କ ଏକ ଜବରଦସ୍ତ ଡାଏଲଗ ମଧ୍ୟ ରହିଛି। ବିକାଶ ବେହେଲଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ଏହାର ପ୍ରଯୋଜନା ଦାୟିତ୍ୱରେ ବାସୁ ଭଗନାନି ଏବଂ ଜ୍ୟାକି ଭଗନାନି ଅଛନ୍ତି। ଫିଲ୍ମରେ ଟାଇଗରଙ୍କ ଅପଜିଟ୍ରେ କେଉଁ ଅଭିନେତ୍ରୀ ନଜର ଆସିବେ, ସେ ନେଇ କୌଣସି ସୂଚନା ଏଯାବତ୍ ଦିଆଯାଇ ନାହିଁ।
Yaaron ka yaar hu ❤️, dushmano ka baap hu!
— Tiger Shroff (@iTIGERSHROFF) November 10, 2020
Presenting #GanapathFirstLook
#VikasBahl @vashubhagnani @jackkybhagnani @honeybhagnani #GoodCo @poojafilms pic.twitter.com/Yl3410EYOs