ଆଉ ନାହାନ୍ତି ଜେମ୍ସ ବଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଉ ନାହାନ୍ତି ହଲିଉଡର ବଣ୍ଡ OO7। ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ହଲିଉଡ ସିରିଜ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର୍ ସେନ୍ କୋନ୍ନେରୀ ଦୁନିଆକୁ ଅଲବିଦା କରି ଚାଲିଯାଇଛନ୍ତି। ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକୃତ ନାଁ ସେନ୍ କୋନ୍ନେରୀ ହୋଇଥିଲେ ମଧ୍ୟ ତାଙ୍କୁ ସାରା ଦୁନିଆ ଜେମ୍ସ ବଣ୍ଡ ନାଁରେ ହିଁ ଚିହ୍ନେ। ସେ ପ୍ରଥମ ଅଭିନେତା ଭାବେ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିଲେ। ଆଉ ସେହି ଚରିତ୍ର ତାଙ୍କୁ ରାତାରାତି ଷ୍ଟାର୍ ବନାଇ ଦେଇଥିଲା। ତାଙ୍କୁ ସମସ୍ତେ ଜେମ୍ସ ବଣ୍ଡ ଡାକିବା ଆରମ୍ଭ କରିଦେଲେ। ଏହାପରେ ଆସିଥିବା ୭ଟି ଯାକ ଜେମ୍ସ ବଣ୍ଡ ସିରିଜରେ ସେ ଅଭିନୟ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ ବଣ୍ଡ ସିରିଜ୍ ମୁକ୍ତିଲାଭ କରିଥିଲା। ନିଜର ଲମ୍ବା ଫିଲ୍ମ କ୍ୟାରିୟରରେ କୋନ୍ନେରୀ ଅନେକ ସଫଳତା ପାଇଛନ୍ତି। ୧୯୮୮ରେ ‘ଦି ଅନ୍ ଟଚେବୁଲ୍ସ’ ପାଇଁ ତାଙ୍କୁ ମିଳିଥିଲା ଓସ୍କାର ଆୱାର୍ଡ। ଏହାବ୍ୟତୀତ ସେ ୩ଟି ଗୋଲଡେନ ଗ୍ଲୋବ୍ସ ସମ୍ମାନ ମଧ୍ୟ ଜିତିଛନ୍ତି। ଏହି ସ୍କଟିସ୍ ଅଭିନେତା ୧୯୬୪ରେ ମାରିନ, ୧୯୭୪ରେ ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ, ୧୯୭୫ରେ ଦି ମ୍ୟାନ୍ ହୁ ଉଡ୍ ବି କିଙ୍ଗ, ୧୯୮୬ରେ ଦି ନେମ୍ ଅଫ ଦି ରୋଜ୍ ଆଦି ହିଟ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

%d bloggers like this: