ନଭେମ୍ୱରରେ ଖୋଲିବ ସ୍କୁଲ, କିନ୍ତୁ ସ୍ଥିର ହୋଇନି ତାରିଖ: ଅନଲକ୍-6.O

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସିଲା ରାଜ୍ୟ ପାଇଁ ଅନଲକ 6.0 ଗାଇଡଲାଇନ। ନଭେମ୍ବର ୩୦ ପର୍ଯ୍ୟନ୍ତ ଆସିଲା ସରକାରଙ୍କ ଗାଇଡଲାଇନ୍। ନୂଆ ଗାଇଡଲାଇନରେ ଦୂର ହେଲା ସ୍କୁଲ ଦ୍ୱନ୍ଦ୍ୱ। ନଭେମ୍ବର ୧୫ ପରେ ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ। ସେହିପରି ନଭେମ୍ବର ୧୫ ଯାଏ ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରହିବ। ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।

ସେହିପରି କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି ଜାରି ରହିବ ଲକଡାଉନ୍। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟସବୁ ସେବାକୁ ମନା କରାଯାଇଛି। ସେହିପରି ବାହାଘର ଉତ୍ସବରେ ସାମିଲ ହୋଇପାରିବେ ସର୍ବାଧିକ ୨ଶହ ଲୋକ ଏବଂ ଶେଷକୃତ୍ୟରେ ୨୦ ବଦଳରେ ସାମିଲ ହୋଇପାରିବେ ୫୦ ଜଣ ବ୍ୟକ୍ତି। ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରିବ ମନ୍ଦିର। ବଡ଼ ଧରଣର ସାମାଜିକ, ରାଜନୈତିକ, କ୍ରୀଡ଼ା ସମାବେଶ ଉପରେ କଟକଣା ଜାରି କରାଯାଇଥିବା ବେଲେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଅବରୋଧ ଅଞ୍ଚଳ ଚିହ୍ନଟ କରିବେ।

%d bloggers like this: