ଠେକୁଆ-କଇଁଛ ରେସ୍ ଆରମ୍ଭ, ନିଷ୍ପତ୍ତି ନେବେ ବଡ଼ ଭାଇ

ଠେକୁଆ-କଇଁଛ ରେସ୍ ଆରମ୍ଭ, ନିଷ୍ପତ୍ତି ନେବେ ବଡ଼ ଭାଇ

କବିସୂର୍ଯ୍ୟନଗରର ପାଇଁ କାହାକୁ ବାଛିବ ବିଜେଡି ?

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୪ରେ କଟିବ କି ମାଡାମ୍ MLAଙ୍କ ଟିକଟ? ଯଦି କଟିବ କିଏ ହାତେଇବ ଟିକଟ ? କାହାକୁ ବାଛିବ ବିଜେଡି? କାହିଁକିନା ସୁପ୍ରିମୋଙ୍କ ଗୁଡ୍ ବୁକରେ ଅଛନ୍ତି କି ଲତିକା ? ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଘର କରିଛି । ଏହା ବି ଚର୍ଚ୍ଚା ହେଉଛି ଯେ,ଯଦି କଟିବ କିଏ କାଟିବ ଟିକଟ ? ସୀତାରାମ, ପ୍ରମୋଦ, ଭଗବାନ ନା ଆଉ କିଏ? ସେ କିଏ ଜଣଙ୍କ ମଧ୍ୟରେ ଅଛନ୍ତି ତ ହର ସାହୁ ? ନବୀନ ନବୀନ ଗାଇବେ ନା ବିଜେପି ଯିବେ ହର ? ଏବେ ଏହି ସବୁ ପ୍ରଶ୍ନ ଓ ଆଲୋଚନାକୁ ନେଇ ପଡ଼ୁଛି ଉଠୁଛି କବିସୂର୍ଯ୍ୟନଗର । ଆଗୁଆ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତିରେ ହଡକମ୍ପ ମଚିଥିବା ବେଳେ କିଏ ହେବ ପରବର୍ତ୍ତୀ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ଏମଏଲଏ ପ୍ରାର୍ଥୀ ତାକୁ ନେଇ ଅଙ୍କ କଷୁଛନ୍ତି ସ୍ଥାନୀୟ ରାଜନେତା, କର୍ମୀ ଓ ରାଜନୀତି ସମୀକ୍ଷକ । ସ୍ଥାନୀୟ ବିଜେଡି ଯୁବ ନେତା ଓ ଆଗଧାଡ଼ିର ସଂଗଠକମାନେ ଟିକଟ ଆଶାୟୀ ରହିଛନ୍ତି । ଟିକଟ ଦୌଡ଼ରେ ସମସ୍ତେ ସାମିଲ ହୋଇଥିଲେ ମଧ୍ୟ ଏବେ ଏମଏଲଏ ଥିବା ଲତିକା ପ୍ରଧାନଙ୍କ ପଲ୍ଲା ଭାରି ରହିବା ସ୍ୱାଭାବିକ ସତ୍ତ୍ୱେ ଦଳ ତାଙ୍କୁ ଦ୍ୱିତୀୟ ବାର୍ ସୁଯୋଗ ଦେବାକୁ ଅନିଛୁକ ବୋଲି ଧରି ନେଇଛନ୍ତି ରେସ୍ ରେ ଥିବା ଲତିକାଙ୍କୁ ସମର୍ଥନ ଦେଉଥିବା ନେତା ।

ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଯେଉଁ ସବୁ ଯୁବ ଚେହେରାକୁ ପ୍ରାର୍ଥୀ ବୋଲି ଦାବି କରାଯାଉଛି ତାହା କେବଳ ଚର୍ଚ୍ଚା ମଧ୍ୟରେ ସୀମିତ ରହିବ ନା ବିଜେଡି ସୁପ୍ରିମୋ କବିସୂର୍ଯ୍ୟନଗରବାସୀଙ୍କୁ ସରପ୍ରାଇଜ ଦେଇ ସମସ୍ତଙ୍କୁ ଚମକାଇ ଦେବେ ତାହା ଟିକଟ ବଣ୍ଟନ ପର୍ବ ପରେ ହିଁ ଜଣାପଡ଼ିବ । ଏବେ କିନ୍ତୁ ଚର୍ଚ୍ଚା ଖଲ୍ଲିକୋଟ ରାଣୀଙ୍କ ଗୋଷ୍ଠୀ ଏବଂ ଲତିକା ପ୍ରଧାନଙ୍କ ଅତି ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଟିକଟକୁ ନେଇ ନୀରବତା କିନ୍ତୁ ଆଉ ଲୁଚିକି ନାହିଁ । କିନ୍ତୁ ଏବେ ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନ୍ୟାୟରେ ନିଜ ଆସନ ବଞ୍ଚାଇବା ପାଇଁ ନୀଇତି ଦାସ କ୍ୟାମ୍ପ ସହ ଖିର ନୀରର ସମ୍ପର୍କ ଅତୁଟ ରଖିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି ମାଡାମ୍ ଲତିକା । ଛେଳି ମାତିଲେ ଗୋଲାର ସିନା ଲାଭ କିନ୍ତୁ କବିସୂର୍ଯ୍ୟନଗର ବିଧାନସଭା ଏମଏଲଏ ଟିକଟ ହାତେଇବା ପାଇଁ କବିସୂର୍ଯ୍ୟନଗର, ବୁଢ଼ାମ୍ବ, କୋଦଳା ଏବଂ ପୁରୁଷୋତ୍ତମପୁରରେ କ୍ୟାମ୍ପ କରି ସଂଗଠନକୁ ସୁଦୃଢ଼ କରୁଥିବା ନେତା ଟିକଟ ନ ପାଇଲେ ନବୀନଙ୍କ ଛତ୍ର ଛାୟା ତଳେ ରହିବେ ନା ଡିଆଁ ପର୍ବରେ ସାମିଲ ହୋଇ ପର ଦଳରେ ପଲିଟିକ୍ସ କରିବେ ତାକୁ ନେଇ ବି ଚର୍ଚ୍ଚା ଆଲୋଚନା ଓ ସମାଲୋଚନା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: