କେବଳ ପାସ୍ତା ଖାଇ ୧୦ ବର୍ଷ ହେଲା ବଞ୍ଚିଛି ୧୩ ବର୍ଷର ଝିଅ

କେବଳ ପାସ୍ତା ଖାଇ ୧୦ ବର୍ଷ ହେଲା ବଞ୍ଚିଛି ୧୩ ବର୍ଷର ଝିଅ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଖାଦ୍ୟପେୟକୁ ନେଇ ସମସ୍ତଙ୍କର ନିଜସ୍ୱ ପସନ୍ଦ ରହିଥାଏ । କେତେକ ଲୋକ ସାଧା ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ କେତେକ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି। କିନ୍ତୁ ଯଦି ଗୋଟିଏ ଝିଅ ଗତ ୧୦ ବର୍ଷ ହେବ କେବଳ କ୍ରୋଏସୋନ ବା ସାଧା ପାସ୍ତା ଖାଇ ବଞ୍ଚିଛି କୁହାଯାଏ ତେବେ ଆପଣ ଚକିତ ହେବେ ନିଶ୍ଚୟ। ଆଜ୍ଞା ହଁ, ହୁଏତ ଆପଣ ଆମର କଥାକୁ ବିଶ୍ୱାସ କରୁ ନଥିବେ କିନ୍ତୁ କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ୍ୟ। ଇଂଲଣ୍ଡର ୧୩ ବର୍ଷିୟ ସିଆରା ଫ୍ରାଙ୍କୋ କେବଳ ପାସ୍ତା ଖାଇ ବଞ୍ଚିଛନ୍ତି, ଖାଇବାକୁ ଥିବା ଅନ୍ୟ ଜିନିଷ ବିଷୟରେ କହିଲେ ସେ ଚିନ୍ତିତ ହୋଇ ପଡନ୍ତି।

ଇଂଲଣ୍ଡର କେଣ୍ଟ ନିବାସୀ ଫ୍ରାଙ୍କୋ ଗତ ୧୦ ବର୍ଷ ଧରି ଗୋଟିଏ ଖାଦ୍ୟ ଖାଇ ବଞ୍ଚିଛନ୍ତି। ଫ୍ରାଙ୍କୋଙ୍କର ଏହି ଅଜବ ଖାଇବା ଅଭ୍ୟାସ ସେ ବହୁତ ଛୋଟ ଥିବାବେଳେ ଆରମ୍ଭ ହୋଇଥିଲା । ଫ୍ରାଙ୍କୋ କୁହନ୍ତି ଯେ ଥରେ ଖାଦ୍ୟ ତାଙ୍କ ଗଳାରେ ଅଟକି ରହିଥିଲା। ଏହି କାରଣରୁ ସେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ସେବେଠାରୁ ସେ ଅନୁଭବ କରିଥିଲେ ଯେ, ଯଦି ସେ କଠିନ ଖାଦ୍ୟ ଖାଆନ୍ତି, ତେବେ ତାଙ୍କୁ ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଏହି ଜିନିଷ ତାଙ୍କ ମନରେ ଏତେ ପରିଣତ ହେଲା ଯେ ଏହି ଘଟଣା ପରେ ସେ ପାସ୍ତା ଏବଂ କ୍ରୋଏସାଣ୍ଟ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟକୁ ସ୍ପର୍ଶ କରିନଥିଲେ।

ଫ୍ରାଙ୍କୋଙ୍କ ମା ଆଞ୍ଜେଲା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ପ୍ରାୟ ତିନି ବର୍ଷ ବୟସରୁ ସମାନ ଡ଼ାଏଟରେ ଅଛନ୍ତି। ସେ ଦିନରେ କ୍ରୋଏସାଣ୍ଟ ଏବଂ ରାତ୍ରୀ ଭୋଜନରେ ସାଧା ପାସ୍ତା ଖାଆନ୍ତି। ତାଙ୍କ ମା କୁହନ୍ତି, ‘ମୋର ମନେ ଅଛି ଯେ ସେ ପିଲାବେଳୁ, ବେଳେବେଳେ କର୍ନ ଫ୍ଲେକ୍, ନମକିନ୍ ଇତ୍ୟାଦି ସାଧା ଖାଦ୍ୟ ଖାଉଥିଲେ। ମୁଁ ତାଙ୍କୁ ଅନ୍ୟ ଜିନିଷ ଖୁଆଇବାକୁ ଯଥା ସମ୍ଭବ ଚେଷ୍ଟା କଲି, କିନ୍ତୁ ସେ ଖାଇନଥିଲା। ଏହା ପରେ ତାଙ୍କ ମା’ ବିରକ୍ତ ହେବା ସହ ଡେଭିଡ କିଲମାରି ନାମକ ଜଣେ ହାଇପୋଥେରାପିଷ୍ଟଙ୍କ ସହ ଯୋଗାଯୋଗ କରିଥିଲେ। ହାଇପୋଥେରାପିର କିଛି ସେସନ୍ ପରେ, ଫ୍ରାଙ୍କୋଙ୍କ ଖାଦ୍ୟ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା, କିନ୍ତୁ ସେ କ୍ରୋଏସୋନ ଏବଂ ପାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ, ମା’ ଆଞ୍ଜେଲା ଖୁସି ଯେ ତାଙ୍କ ଝିଅ ବର୍ତ୍ତମାନ ସପୁରୀ, ଖଟା ଚିକେନ୍ ଏବଂ ଭଜା ଆଳୁ ମଧ୍ୟ ଚେଷ୍ଟା କରିବା ଆରମ୍ଭ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: