ମାତ୍ର ୨ କୋଟିରେ ବିକ୍ରି ହେଉଛି ପୁରା ଗାଁ

ମାତ୍ର ୨ କୋଟିରେ ବିକ୍ରି ହେଉଛି ପୁରା ଗାଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜିକା ସମୟରେ ଜମିର ଦରଦାମ ଯାହା ଗୋଟିଏ ବଖରା ଘର କିଣିବା ସମ୍ଭବ ନୁହେଁ। ଆଉ ସହର ଗୁଡିକରେ ପ୍ଲଟ କି ଫ୍ଲାଟ ଦରରେ ହାତମାରି ପାରନ୍ତି ନାହିଁ ମଧ୍ୟବିତ ପରିବାର ଲୋକେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଫ୍ଲାଟ ଦରରେ ବିକ୍ରି ହେଉଛି ପୁରା ଗାଁ । ଏହି ଗାଁର ନାମ ସଲ୍ଟୋ ଦେ କାଷ୍ଟ୍ରୋ, ଯାହା ସ୍ପେନ୍ ଏବଂ ପର୍ତ୍ତୁଗାଲର ସୀମାରେ ଅବସ୍ଥିତ। ଯଦି ଆପଣ ବିଦେଶରେ ସମ୍ପତ୍ତି କିଣିବାକୁ ଇଚ୍ଛା କରନ୍ତି, ତେବେ ଏହାଠାରୁ ଭଲ ବିକଳ୍ପ ଆଉ କିଛି ହୋଇନପାରେ। ୪୪ ଟି ଘର ଥିବା ଏହି ଗାଁଟି ମାତ୍ର ୨ କୋଟି ଟଙ୍କାରେ ବିକ୍ରି ହେବାକୁ ବିଜ୍ଞାପନ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ବର୍ଷ ବର୍ଷ ଧରି ପରିତ୍ୟକ୍ତ ଏହି ଗାଁର ମୂଲ୍ୟ ୨.୨୭ ଲକ୍ଷ ୟୁରୋରେ ରଖାଯାଇଛି। ଏହି ଗାଁ ସ୍ପେନର ରାଜଧାନୀ ମାଡ୍ରିଡଠାରୁ ପ୍ରାୟ ତିନି ଘଣ୍ଟା ଦୂରରେ। ୧୯୫୦ ଦଶକରେ ଗାଁ ନିକଟରେ ଏକ ଜଳଭଣ୍ଡାର ନିର୍ମାଣ କରାଯାଉଥିଲା। ତା’ପରେ ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ଇବର୍ଡୁଏରୋ ଏହାର ଶ୍ରମିକମାନଙ୍କ ରହିବା ପାଇଁ ଅନେକ ଘର ନିର୍ମାଣ କରିଥିଲା। କିନ୍ତୁ ପ୍ରକଳ୍ପ ଶେଷ ହେବା ପରେ ସମସ୍ତ ଲୋକ ନିଜ ନିଜ ସହରକୁ ଫେରିଗଲେ। ୧୯୯୦ ସୁଦ୍ଧା ସମଗ୍ର ଗାଁ ଖାଲି ହୋଇଯାଇଥିଲା।ସେବେଠାରୁ ଏହି ସ୍ଥାନଟି ଲୋକ ଶୂନ୍ୟ ହୋଇ ପଡ଼ିଛି।

କାହିଁକି ବିକ୍ରି ହେଉଛି ଗାଁ?

ଏହି ଗାଁରେ ସମୁଦାୟ ୪୪ ଟି ଘର ଅଛି । ଏହା ବ୍ୟତୀତ ଏଠାରେ ଏକ ହୋଟେଲ, ସ୍କୁଲ, ଚର୍ଚ୍ଚ, ସୁଇମିଂ ପୁଲ ସହିତ ଅନେକ ସୁବିଧା ଅଛି। ରିପୋର୍ଟ ଅନୁଯାୟୀ, ୨୦୦୦ ଦଶକରେ ଏକ ପରିବାର ଏହାକୁ ପର୍ଯ୍ୟଟନ ସ୍ଥାନ ଭାବରେ ବିକଶିତ କରିବା ଉଦ୍ଦେଶ୍ୟରେ କିଣିଥିଲେ। କିନ୍ତୁ ଆର୍ଥିକ ସମସ୍ୟା ହେତୁ ତାଙ୍କ ଯୋଜନା ସଫଳ ହୋଇପାରିଲା ନାହିଁ। ବର୍ତ୍ତମାନ ଏହି ପରିବାର ଗାଁ ବିକ୍ରୟ କରିବାକୁ ଚାହୁଁଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ପ୍ରକାଶିତ ବିଜ୍ଞାପନ ପରେ ଲୋକଙ୍କଠାରୁ ଏକ ବଡ଼ ପ୍ରତିକ୍ରିୟା ମିଳିଛି, ଯାହା ଦର୍ଶାଏ ଯେ ଲୋକମାନେ ଏହି ଗାଁ କିଣିବାକୁ ଆଗ୍ରହ ଦେଖାଉଛନ୍ତି।

ବିକ୍ରେତା କ’ଣ କୁହନ୍ତି?

୨୦୦୦ ମସିହାରେ ସଲ୍ଟୋ ଡି କାଷ୍ଟ୍ରୋ କିଣିଥିବା କମ୍ପାନୀ ରୟାଲ୍ ଇନଭେଷ୍ଟର ମାଲିକ ରୋନି ରୋଡ୍ରିଗେଜ୍ କୁହନ୍ତି, ‘ମୁଁ ଏହି ଗାଁକୁ ଏକ ପର୍ଯ୍ୟଟନ ସ୍ଥାନ କରିବାକୁ ଚାହୁଁଥିଲି। ଏଠାରେ ଏକ ହୋଟେଲ ନିର୍ମାଣ କରିବାକୁ ଚାହୁଁଥିଲେ । କିନ୍ତୁ ୨୦୦୮ ରେ ୟୁରୋଜୋନ ସଙ୍କଟ ମଧ୍ୟରେ ଅର୍ଥନୈତିକ ଅବନତି ହେତୁ ସେ ତାଙ୍କ ପ୍ରକଳ୍ପ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ସେ କହିଛନ୍ତି ମୁଁ ଜଣେ ସହରୀ ବାସିନ୍ଦା। ଗାଁର ରକ୍ଷଣାବେକ୍ଷଣରେ ସମସ୍ୟା ହେଉଛି, ତେଣୁ ମୁଁ ଏହାକୁ ବିକ୍ରି କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: