ଭାରତୀୟଙ୍କ ଚିନ୍ତା ବଢ଼ାଉଛି ବେକାରୀ- ଆର୍ଥିକ ମାନ୍ଦାବସ୍ଥା

ଭାରତୀୟଙ୍କ ଚିନ୍ତା ବଢ଼ାଉଛି ବେକାରୀ- ଆର୍ଥିକ ମାନ୍ଦାବସ୍ଥା

ପ୍ରିଜମ ନ୍ୟୁଜ ବ୍ୟୁରୋ: ସହରି ଭାରତୀୟମାନେ ବେକାରୀ, ଆର୍ଥିକ ଏବଂ ରାଜନୈତିକ ଦୁର୍ନୀତିକୁ ନେଇ ଚିନ୍ତାରେ ରହୁଛନ୍ତି ଯାହାକି ଇପ୍ସୋସ୍ ଦ୍ଵାରା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି। ଦଶ ଜଣ ସହରାଞ୍ଚଳ ଭାରତୀୟଙ୍କ ମଧ୍ୟରୁ ଦୁଇଜଣ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ ରହୁଥିବା ଏହି ସର୍ଭେରୁ ଜଣା ପଡିଛି। ଏହାସହ ୨୯ଟି ବଜାର ବ୍ୟବସ୍ଥା ମଧ୍ୟରେ ଭାରତ ସଭା ଶେଷ ସ୍ଥାନରେ ରହିଥିବାର ଅକ୍ଟୋବରରେ ହୋଇଥିବା ‘ବିଶ୍ୱକୁ କ’ଣ ଚିନ୍ତିତ କରୁଛି’ ଶୀର୍ଷକ ଏହି ସର୍ଭେରୁ ଜଣା ପଡିଛି।ସର୍ଭେ ଅନୁଯାୟୀ ବିଶ୍ଵର ନାଗରିକମାନଙ୍କ ପାଇଁ ମୁଦ୍ରାସ୍ଫୀତି ଏକ ପ୍ରମୁଖ ଚିନ୍ତାର କାରଣ ହୋଇଛି, ଯାହା ପୂର୍ବ ମାସ ତୁଳନାରେ ବିଶ୍ଵସ୍ତରେ ୨% ବୃଦ୍ଧି ହୋଇଥିବା ଦର୍ଶାଉଛି। ଭାରତୀୟ ନାଗରିକମାନେ ଦାରିଦ୍ରତା ତଥା ସାମାଜିକ ଅସମାନତା, ବେକାରୀ, ଅପରାଧ, ହିଂସା ଏବଂ ଆର୍ଥିକ ତଥା ରାଜନୈତିକ ଦୁର୍ନୀତିକୁ ନେଇ ଚିନ୍ତିତ ଥିବା ଜଣା ପଡ଼ିଛି।

ଇପ୍ସୋସ୍ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୭ ମଧ୍ୟରେ ୨୯ ଦେଶର ନାଗରିକଙ୍କୁ ସଂପୃକ୍ତ କରି ଅନଲାଇନ୍ ପ୍ୟାନେଲ ସିଷ୍ଟମ ମାଧ୍ୟମରେ ଏହି ସର୍ଭେ କରିଥିଲା। ଇପ୍ସୋସ୍ ର ‘ ବିଶ୍ୱକୁ କ’ଣ ଚିନ୍ତିତ କରୁଛି’ ସର୍ଭେ ବର୍ତ୍ତମାନ ସ୍ଥିତିରେ ଦେଶର ଗୁରୁତ୍ୱପୂର୍ଣ୍ଣ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗ ଉପରେ ଜନମତକୁ ଟ୍ରାକ୍ କରିଥିଲା। ଏହି ଅନୁସନ୍ଧାନ ସମ୍ପର୍କରେ ସୂଚନା ଦେଇ ଭାରତର ଇପ୍ସୋସ୍ ସିଇଓ ଅମିତ ଆଡରକର କହିଛନ୍ତି ଯେ, କରୋନା ମହାମାରୀ ପ୍ରଭାବ ତଥା ବିଶ୍ଵ ମାନ୍ଦାବସ୍ଥା ଭାରତ ବଜାରରେ ପ୍ରଭାବ ପକାଇଛି।ଦୀର୍ଘ ଦିନ ଧରି କରୋନାଭାଇରସ ପାଇଁ ଚାଲୁ ରହିଥିବା ଲକ୍ ଡାଉନ୍ ପ୍ରଭାବ ଏବଂ ୟୁକ୍ରେନ-ଋଷ ଯୁଦ୍ଧ ହେତୁ ବିଶ୍ଵ ଅର୍ଥନୀତି ମାନ୍ଦାବସ୍ଥା ସହିତ ଭାରତ ଏବେ ମଧ୍ୟ ମୁକାବିଲା କରୁଛି। ଯାହା ଚାକିରୀ ଉପରେ ପ୍ରଭାବ ପକାଇବା ସହ ବେକାରୀ ସୃଷ୍ଟି କରୁଛି ଏବଂ ଦୁର୍ନୀତି, ଅପରାଧ ଏବଂ ସାମାଜିକ ଅସମାନତା ବୃଦ୍ଧି କରୁଛି। ଇନ୍ଧନ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁଁ ମୁଦ୍ରାସ୍ଫୀତି ଅଧିକ ପ୍ରଭାବିତ ହେଉଛି।

ଏହାସହ ବନ୍ୟା ଏବଂ ପ୍ରତିକୂଳ ଜଳବାୟୁ ପ୍ରଭାବ ସହରି ଭାରତୀୟମାନଙ୍କୁ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାରେ ପକାଉଛି। ଏହି ସମସ୍ୟାଗୁଡ଼ିକୁ ପ୍ରଥମେ ସରକାର ସମାଧାନ କରିବା ଆବଶ୍ୟକ ବୋଲି ସେମନେ କହିଛନ୍ତି। ଏହି ସର୍ଭେରେ ସେମାନଙ୍କ ଦେଶର ନାଗରିକଙ୍କ ମଧ୍ୟରେ ଆଶାବାଦୀତା ଏବଂ ନିରାଶା ସ୍ତର ମଧ୍ୟ ଦର୍ଶାଯାଇଛି। ଦ୍ୱିତୀୟ ସକରାତ୍ମକ ବଜାର ଭାବରେ ଭାରତ ଉଭା ହେବା ପରେ ଇଣ୍ଡୋନେସିଆକୁ ପଛରେ ପକାଇଛି; ଯାହାକୁ ନେଇ ଅଧିକାଂଶ ବିଶ୍ବସ୍ତରୀୟ ନେତା ଏଥିରେ ଖୁସି ନାହାନ୍ତି।ଏହାସହ ୭୬% ସହରି ଭାରତୀୟ ବିଶ୍ବାସ କରନ୍ତି ଯେ ସେମାନଙ୍କ ଦେଶ ସଠିକ୍ ଦିଗରେ ଗତି କରୁଛି। ସାଉଦି ଆରବ ବିଶ୍ଵର ସବୁଠାରୁ ସକରାତ୍ମକ ବଜାର ଭାବରେ ତାହାର ସ୍ଥିତିକୁ ବଜାୟ ରଖିଛି ଏବଂ ୯୩% ନାଗରିକ ବିଶ୍ବାସ କରୁଛନ୍ତି ଯେ ସେମାନଙ୍କ ଦେଶ ସଠିକ୍ ମାର୍ଗରେ ଅଛି।ଦ୍ୱିତୀୟ ସକରାତ୍ମକ ବଜାର ଭାବରେ ଭାରତ ଇଣ୍ଡୋନେସିଆକୁ ଅତିକ୍ରମ କରିଛି, ଅଧିକାଂଶ ସହରି ଭାରତୀୟ ବିଶ୍ବାସ କରନ୍ତି ଯେ, ଭାରତ ସଠିକ୍ ମାର୍ଗରେ ଗତି କରୁଛି, ବିଶ୍ଵର ଅନ୍ୟ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ସାମଗ୍ରିକ ମନୋବଳ ଅତ୍ୟନ୍ତ ଆଶାବାଦୀ ଅଟେ ବୋଲି ଏହି ସର୍ଭେରୁ ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: