ନିଆରା ରୋଗରେ ପୀଡିତ ଯୁବତି: ପାଣିରେ ଗାଧୋଇଲେ ଜଳୁଛି ଦେହ, ପିଇଲେ ହେଉଛି ବାନ୍ତି

ନିଆରା ରୋଗରେ ପୀଡିତ ଯୁବତି: ପାଣିରେ ଗାଧୋଇଲେ ଜଳୁଛି ଦେହ, ପିଇଲେ ହେଉଛି ବାନ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଶାରୀରିକ ସମସ୍ୟା ରହିଛି। କେତେକ ସମସ୍ୟା ସହଜରେ ପରିଚାଳିତ ହୁଏ, କିନ୍ତୁ କେତେକ ଏତେ କଷ୍ଟସାଧ୍ୟ ଯେ ଦୈନନ୍ଦିନ ଜୀବନକୁ ନର୍କରେ ପରିଣତ କରିଦିଏ। ଆମେରିକାର ଆରିଜୋନାରେ ରହୁଥିବା ୧୫ ବର୍ଷର ଯୁବତୀଙ୍କ ସହିତ ସମାନ ସମସ୍ୟା ଦେଖିବାକୁ ମିଳୁଛି। ଅବିଗାଇଲ୍ ବେକ୍ ନାମକ ଏହି ଝିଅଟିର ପାଣି ଆଲର୍ଜି ରହିଛି, ଯେଉଁଥି ପାଇଁ ସେ ପାଣି ପିଇ ପରୁ ନାହାନ୍ତି କି ଗାଧୋଇ ପରୁ ନାହାନ୍ତି।
କୁହାଯାଏ ଜଳ ଏବଂ ବାୟୁ ମଣିଷ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ । ଏହି ଦୁଇଟି ଜିନିଷ ବିନା ବଞ୍ଚିବା କଷ୍ଟକର। କିନ୍ତୁ ପାଣି ଛୁଇଁଲେ ଅବିଗାଇଲ୍ ବେକ୍ ଙ୍କ ଶରୀର ଜଳିଲା ଭଳି ଅନୁଭବ ହେଉଛି। ଏହି ଆଲର୍ଜି କୁ ଆକ୍ୱେଜେନିକ୍ ୟୁରଟାରିଆ କୁହାଯାଏ। ଏହା ଏକ ସାଧାରଣ ରୋଗ ନୁହେଁ, ସମଗ୍ର ବିଶ୍ୱରେ ୨୦୦ ନିୟୁତ ଲୋକଙ୍କର ଏହି ଅଦ୍ଭୁତ ଆଲର୍ଜି ରହିଛି।
ଯେତେବେଳେ ଅବୀଗଲ ବେକ୍ ଙ୍କୁ ୧୩ ବର୍ଷ ହୋଇଥିଲା, ଏହି ଅଜବ ରୋଗର ଲକ୍ଷଣ ତାଙ୍କୁ ବ୍ୟଥିତ କରିବାକୁ ଲାଗିଲା, ମାତ୍ର ଗତ କିଛି ମାସ ତଳେ ତାଙ୍କୁ ଆକ୍ୱେଜେନିକ୍ ୟୁରଟାରିଆ ହୋଇଥିବା ବିଷୟରେ ଡାକ୍ତରଙ୍କ ଦ୍ୱାରା ନିଶ୍ଚିତ ହୋଇଥିଲେ। ଅବୀଗଲଙ୍କ ଅନୁଯାୟୀ, ପାଣିରେ ଗାଧୋଇବା ପରେ ସେ ଅନୁଭବ କରନ୍ତି ଯେ ତାଙ୍କ ଚର୍ମ ଉପରେ ଯେପରି ଏସିଡ୍ ଭଳି କିଛି ପଡୁଛି। ଏହି କାରଣରୁ ସେ ଦୁଇ ଦିନରେ ଥରେ ମାତ୍ର ଅଳ୍ପ ଗାଧୋଇଥାନ୍ତି । କେବଳ ସେତିକି ନୁହେଁ ପାଣି ପିଇବା ପରେ ସେ ବାନ୍ତି କରିବାକୁ ଲଗିଥାନ୍ତି । ସେ ଗୋଟିଏ ବର୍ଷରେ ଗୋଟିଏ ଗ୍ଲାସେ ପାଣି ମଧ୍ୟ ପିଇ ପାରନ୍ତି ନାହିଁ । ଏହା ବଦଳରେ ସେ ଇନର୍ଜି ପାନୀୟ କିମ୍ବା ଡାଳିମ୍ବ ରସ ପିଅନ୍ତି। ଯେତେବେଳେ ଆବଶ୍ୟକ ହୁଏ, ସେ ଅଳ୍ପ ଟିକେ ପାଣି ପିଇବାକୁ ସକ୍ଷମ ହୁଅନ୍ତି, ଏହା ବ୍ୟତୀତ ଡାକ୍ତରମାନେ ତାଙ୍କୁ ରିହାଇଡ୍ରେଟିଂ ବଟିକା ଦିଅନ୍ତି।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ସେ ସାଧାରଣ ଲୋକଙ୍କ ପରି କାନ୍ଦିବି ପାରନ୍ତି ନାହିଁ, କାରଣ ଲୁହ ହେତୁ ତାଙ୍କ ଚର୍ମ ଜଳିବା ଆରମ୍ଭ କରେ। ପ୍ରାରମ୍ଭରେ, ଡାକ୍ତରମାନେ ମଧ୍ୟ ତାଙ୍କର ଆଲର୍ଜି ବିଷୟରେ ବୁଝି ପାରୁନଥିଲେ ଏବଂ ଅନେକ ଲୋକ ଏହାକୁ ଥଟ୍ଟା କରୁଥିଲେ । ଅବଶ୍ୟ, ବର୍ତ୍ତମାନ ଅବୀଗଲ ଏହି ଅବସ୍ଥା ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରୁଛନ୍ତି ଏବଂ ଲୋକଙ୍କୁ ବୁଝେଇବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ତାଙ୍କର ଏହି ରୋଗ ଅନେକ ସମୟରେ ହଇରାଣ କରୁଛି। ସେ ଦୁଃଖୀ ହେଲେ କାନ୍ଦି ପାରନ୍ତି ନାହିଁ କି ଅନେକ ଖାଦ୍ୟ ଖାଇ ପାରନ୍ତି ନାହିଁ। ବର୍ଷା ଦିନ ତାଙ୍କ ପାଇଁ ଯେମିତି ବଡ ଶତ୍ରୁ କହିଲେ ଚଳେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: