ବିଶ୍ୱରଞ୍ଜନ ଦାଶଙ୍କ ‘ସଂପର୍କର ହଜାରେ ଭିଡ଼ରେ’ ଲୋକାର୍ପିତ

ବିଶ୍ୱରଞ୍ଜନ ଦାଶଙ୍କ ‘ସଂପର୍କର ହଜାରେ ଭିଡ଼ରେ’ ଲୋକାର୍ପିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯୁବକବି ଓ ଗୀତିକାର ବିଶ୍ୱରଞ୍ଜନ ଦାଶଙ୍କ ପ୍ରଥମ କବିତା ସଙ୍କଳନ ସଂପର୍କର ହଜାରେ ଭିଡ଼ରେପ୍ରକାଶନ ସଂସ୍ଥା ଟାଇମ୍ ପାସ୍ ପକ୍ଷରୁ ରବିବାର ସ୍ଥାନୀୟ ଏକ ହୋଟେଲରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ କବିଙ୍କ ସମ୍ପର୍କ ଗଢ଼ିବାର କଳା ଓ କାରିଗରୀ ସମ୍ପର୍କରେ ମତ ରଖିଥିଲେ ମୁଖ୍ୟବକ୍ତା ପ୍ରାବନ୍ଧିକ ସମାଲୋଚକ ବିଶ୍ୱରଞ୍ଜନ ଦାଶ। ପୁସ୍ତକର ସାମଗ୍ରିକ ସ୍ବର ସମ୍ପର୍କରେ ବିଶେଷଭାବେ ଆଲୋକପାତ କରିଥିଲେ ଯୁବକବି ଦାଶ। ଲେଖକୀୟ ବକ୍ତବ୍ୟରେ କବିତା ପଛର ନେକ କଥା ବଖାଣିବା ସହ ଦୈନିକ ଖବରକାଗଜ ଧରିତ୍ରୀର ଛୁଟିଦିନରେ କବିତା ସବୁ ପ୍ରକାଶ ପାଇବା ପରେ ମୋତେ ପୁସ୍ତକ ଲେଖିବାକୁ ପ୍ରେରଣା ମିଳିଥିଲା ବୋଲି ପ୍ରକାଶ କରିଥିଲେ। ପ୍ରକାଶକ ତଥା ଲେଖକ ସରୋଜ ବଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ପୁସ୍ତକରୁ ଗୀତିକାର ପଞ୍ଜାନନ ନାୟକ, କଣ୍ଠଶିଳ୍ପୀ ମମତା ତ୍ରିପାଠୀ, ଗାଳ୍ପିକ ସୁବ୍ରତ ସେନାପତି, କଥାକାର ପ୍ରଜ୍ଞା ପାରମିତା ରଥ ଗୋଟିଏ ଲେଖାଏ କବିତା ପାଠ କରିଥିଲେ ଅରୁଣ କୁମାର ଦାସ ଏବଂ ଅବିନାଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: