ଚାଲିଛି ବଡ଼ ଯୁଦ୍ଧ ପ୍ରସ୍ତୁତି ! ଚୀନ ଜାହାଜକୁ ଶ୍ରୀଲଙ୍କାର ପ୍ରବେଶ ଅନୁମତି

ଚାଲିଛି ବଡ଼ ଯୁଦ୍ଧ ପ୍ରସ୍ତୁତି ! ଚୀନ ଜାହାଜକୁ ଶ୍ରୀଲଙ୍କାର ପ୍ରବେଶ ଅନୁମତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚୀନ ଜାହାଜକୁ ବନ୍ଦରରେ ପ୍ରବେଶ ଅନୁମତି ଦେଲା ଶ୍ରୀଲଙ୍କା। ବିବାଦୀୟ ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଆସନ୍ତା ୧୬ ତାରିଖରେ ଏହି ଜାହାଜ ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ ଏବଂ ଏହା ୨୨ ତାରିଖ ପର୍ଯ୍ୟନ୍ତ ରହିବ। ଚୀନ ଏହାକୁ ଏକ ଗବେଷଣା ଜାହାଜ କହୁଥିବାବେଳେ ଭାରତ ଏହାକୁ ଏକ ଗୁପ୍ତଚର ଜାହାଜ ରୂପେ ଦେଖୁଛି। ଭାରତର ବିଭିନ୍ନ ସାମରିକ ଓ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ନଜର ରଖିବାକୁ ଆସୁଛି ବୋଲି ଭାରତର ଧାରଣା।ଶୁକ୍ରବାର ରାତିରେ ଏହି ଜାହାଜ ଶ୍ରୀଲଙ୍କା ଉପକୂଳଠାରୁ ୧୦୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଥିଲା। ଏହା ଧୀରେ ଧୀରେ ଉପକୂଳ ଆଡ଼କୁ ଗତି କରୁଛି।

ଶ୍ରୀଲଙ୍କାର ବନ୍ଦର ମନ୍ତ୍ରୀ ନିର୍ମଳ ପି ସିଲଭା କହିଛନ୍ତି ଯେ, ଏହି ଜାହାଜକୁ ପ୍ରବେଶ ଅନୁମତି ପାଇଁ ବୈଦେଶିକ ମନ୍ତ୍ରା​ଳୟ ସବୁଜ ସଂକେତ ଦେଇଛି। ଏହା ଏକ ମିସାଇଲ ଟ୍ରାକିଂ ସିପ୍ ହୋଇଥିବାରୁ ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା। ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ। ଭାରତ ପକ୍ଷରୁ ଏନେଇ ଶ୍ରୀଲଙ୍କାକୁ ଅବଗତ କରାଯିବା ପରେ ଏହି ଜାହଜର ଆଗମନକୁ ବିଳମ୍ବିତ କରିବାକୁ କଲମ୍ବୋ ଚୀନକୁ କହିଥିଲା । ପୂର୍ବରୁ ଏହା ୧୧ ଅଗଷ୍ଟରେ ଆସିବାକୁ ଥିବାବେଳେ ଏବେ ପ୍ରାୟ ୫ ଦିନ ବିଳମ୍ବରେ ୧୬ ତାରିଖରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: