ମଙ୍କିପକ୍ସକୁ ରୋକିବା ପାଇଁ ପ୍ରସ୍ତୁତ ହେଉଛି ଟିକା!

ମଙ୍କିପକ୍ସକୁ ରୋକିବା ପାଇଁ ପ୍ରସ୍ତୁତ ହେଉଛି ଟିକା!

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ ମଙ୍କିପକ୍ସ ଭାଇରସକୁ ରୋକିବା ପାଇଁ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହାରି ଭିତରେ ଶୁଣାଯାଉଛି ଯେ, ମଙ୍କିପକ୍ସ ଟିକା ପାଇଁ ମଧ୍ୟ ପ୍ରୟାସ ଚାଲିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ବିଭିନ୍ନ ଉତ୍ପାଦକ ଯେଉଁମାନେ କି ମଙ୍କିପକ୍ସ ଭାଇରସ୍ ପାଇଁ ସ୍ୱଦେଶୀ ଟିକା ଏବଂ ଚିହ୍ନଟ ପାଇଁ କିଟ୍ ବିକଶିତ କରୁଛନ୍ତି, ସେମାନଙ୍କଠାରୁ ୩୧ ଟି ବିଡ୍ ଗ୍ରହଣ କରିଛି। ଯାହାକି ସରକାରୀ-ଘରୋଇ ଭାଗିଦାରୀ ମଡେଲ ଅର୍ଥାତ୍ PPP ମୋଡରେ ହେବ। ICMR ଜଣେ ଉଚପଦସ୍ଥ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ତେବେ ଟିକା ପ୍ରସ୍ତୁତ ଓ ଭାଇରସ ଚିହ୍ନଟ କିଟ୍ ବାହାରିଲେ ସଂକ୍ରମଣକୁ ପ୍ରତିରୋଧ କରିବା ସହଜ ହେବ ବୋଲି ଆଶା କରାଯାଉଛି। ଆଠଟି ସଂସ୍ଥା ଟିକା ପ୍ରସ୍ତୁତ କରିବାକୁ ଆଗ୍ରହ ଦେଖାଇଥିବା ବେଳେ ୨୩ ଟି ସଂସ୍ଥା ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିବାକୁ ଆବେଦନ କରିଛନ୍ତି। ଦେଶରେ ଦିନକୁ ଦିନ ମଙ୍କିପକ୍ସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି। ଏହା ସହିତ, WHO ନିକଟରେ ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଚିନ୍ତା ବୋଲି କହିବା ସହ ବିଶ୍ଵ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଭାବରେ ଘୋଷଣା କରିଛି। ମଙ୍କିପକ୍ସ ହେଉଛି ଏକ ପଶୁ ଦ୍ଵାରା ବ୍ୟପୁଥିବା ରୋଗ, ଯାହାକି ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେଉଛି। ମାଙ୍କଡ଼ ଏବଂ ଲଙ୍ଗୁର, ଗୁଣ୍ଡୁଚି ମୂଷା, ମୂଷା ସମେତ ଅନେକ ପ୍ରାଣୀ ମାଧ୍ୟମରେ ମଙ୍କିପକ୍ସ ମଣିଷ ସମାଜକୁ ବିସ୍ତାର ହୋଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହି ପଶୁମାନେ ନଥିବା ଦେଶରେ ମଙ୍କିପକ୍ସ ଭାଇରସ ବିସ୍ତାର ଲାଭ କରି ନାହିଁ।ମଙ୍କିପକ୍ସ ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ବିଶେଷ ଚିକିତ୍ସା ବ୍ୟବସ୍ଥା ନାହିଁ। ସଂକ୍ରମଣକୁ ଏଡାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ। ଏହି ରୋଗ ବିଷୟରେ ଉପଲବ୍ଧ ପ୍ରମାଣକୁ ଆଧାର କରି ସଂକ୍ରମିତ ରୋଗୀମାନେ ୨୮ ଦିନ ମଧ୍ୟରେ ରୋଗରୁ ମୁକ୍ତି ପାଇଥାଆନ୍ତି ଏବଂ କିଛି ଲୋକ ୨୧ ଦିନରେ ମଧ୍ୟ ଏହି ଭାଇରସକୁ ପରାସ୍ତ କରିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: