ମୟୂରଭଞ୍ଜବାସୀଙ୍କୁ ବଡ ଭେଟି, ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜବାସୀଙ୍କୁ ବଡ ଭେଟି, ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଇ ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଅନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦୁଇ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ପରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ସୁବର୍ଣ୍ଣରେଖା ନଦୀରେ ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ରାସଗୋବିନ୍ଦପୁର ବ୍ଲକ ସମେତ ବାଲେଶ୍ୱର ଜିଲ୍ଲାର ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ଗତ ୨୦୧୬ ମସିହାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ନବୀନ । ସେହିପରି ଦେଓ ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ଟି ଗାଁର ୬ ହଜାର ୬୭୭ ହେକ୍ଟର ଏବଂ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ଟି ଗାଁର ୩ହଜାର ୨୨୩ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ୯୪୮ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଛି। ଏହି ଦୁଇ ପ୍ରକଳ୍ପ ଦ୍ବାରା ଚାଷୀଙ୍କ ସମେତ ସ୍ଥାନୀୟ ଲୋକ ଉପକୃତ ହେବେ, ଏବଂ ଜଳ କଷ୍ଟ ଦୂର ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: