ଦିନରେ ୩ ଥର ରଙ୍ଗ ବଦଳାଏ ଏହି ଶିବଲିଙ୍ଗ

ଦିନରେ ୩ ଥର ରଙ୍ଗ ବଦଳାଏ ଏହି ଶିବଲିଙ୍ଗ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତରେ ଏପରି ଅନେକ ପ୍ରାଚୀନ ମନ୍ଦିର ଅଛି, ଯାହାକି ଅନେକ ରହସ୍ୟରେ ଭରା ଏବଂ ଏହା ଶତାବ୍ଦୀ ଧରି ଲୋକଙ୍କୁ ଆକର୍ଷିତ କରିଆସୁଛି। ରାଜସ୍ଥାନର ଢୋଲପୁରରେ ଏପରି ଏକ ଅନନ୍ୟ ଏବଂ ରହସ୍ୟମୟ ମନ୍ଦିର ରହିଛି, ଯେଉଁଠାରେ ଥିବା ପ୍ରତିଷ୍ଠିତ ଅଚଳେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ। ଆପଣ ଏହା ଜାଣିବା ପରେ ଆଚାର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ କଥାଟି ସତ। ଚାମ୍ବଲ ନଦୀର ଉପତ୍ୟକାରେ ଏହି ଶିବ ମନ୍ଦିର ରହିଛି।

କୌତୁହଳର ବିଷୟ ହେଉଛି ଅଚଳେଶ୍ୱର ମହାଦେବ ମନ୍ଦିରରେ ଶିବ ଲିଙ୍ଗ ସକାଳେ ନାଲି, ଅପରାହ୍ନରେ କେଶର ଏବଂ ସନ୍ଧ୍ୟାରେ ଗହମ ରଙ୍ଗ ଦେଖାଯାଏ। ଯଦିଓ କେତେକ ଗବେଷକ ବିଶ୍ୱାସ କରନ୍ତି ଯେ ସୂର୍ଯ୍ୟଙ୍କ କିରଣ ଲିଙ୍ଗ ଉପରେ ପଡ଼ିବା କାରଣରୁ ଏହା ହୋଇଥାଏ, କିନ୍ତୁ ଏପର୍ଯ୍ୟନ୍ତ କେହି ଏହାର ପ୍ରକୃତ ବୈଜ୍ଞାନିକ ତଥ୍ୟ ଦେଇପାରି ନାହାଁନ୍ତି। ରାଜସ୍ଥାନର ଢୋଲପୁରରେ ଥିବା ଏହି ରହସ୍ୟମୟ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ଅନେକ ଲୋକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଚଳେଶ୍ୱର ମହାଦେବ ମନ୍ଦିରରେ ରହିଥାନ୍ତି । ଏହି ମନ୍ଦିରଟି ୨୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି, ମନ୍ଦିରର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ନନ୍ଦୀଙ୍କ ମୂର୍ତ୍ତି। ଏଠାରେ ଥିବା ନନ୍ଦୀ ମୂର୍ତ୍ତି ପାଞ୍ଚଟି ଭିନ୍ନ ଧାତୁ ମିଶ୍ରଣରେ ତିଆରି ହୋଇଛି। କୁହାଯାଏ ଯେ ଯେତେବେଳେ ମୁସଲମାନ ଆକ୍ରମଣକାରୀମାନେ ମନ୍ଦିର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ନନ୍ଦୀଙ୍କ ଏହି ପ୍ରତିମା ସେମାନଙ୍କ ଉପରେ ହଜାର ହଜାର ମହୁମାଛି ଛାଡି ଆକ୍ରମଣ କରିଥିଲେ।

ଏଠାରେ ଶିବଙ୍କୁ ସ୍ୱାଇଁଭୁ କୁହାଯାଏ। ଥରେ କିଛି ଲୋକ ଲିଙ୍ଗର ଗଭୀରତା ଜାଣିବା ପାଇଁ ଏହାର ଚାରିପାଖରେ ଖୋଦେଇ ଆରମ୍ଭ କରିଥିଲେ। ତେବେ ଅତ୍ୟଧିକ ଗଭୀରତା ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହେବା ସହ ଖୋଦେଇ ପ୍ରକ୍ରିୟା ସେଠାରେ ବନ୍ଦ କରିଦେଇଥିଲେ। ଅନେକ ରେକର୍ଡ ଅନୁଯାୟୀ ଏହା ମଧ୍ୟ କୁହାଯାଏ ଯେ ଏହି ମନ୍ଦିର ଭଗବାନ ଶିବଙ୍କ ଗୋଡ ଆଙ୍ଗୁଠି ପ୍ରଭାବରେ ନିର୍ମିତ ହୋଇଥିଲା।ଲୋକଙ୍କ ବିଶ୍ୱାସ ରହିଛି ଯେ ଏହି ଶିବଲିଙ୍ଗ ଦର୍ଶନ ପରେ ଲୋକଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏଠାରେ ଶିବଙ୍କ ଦର୍ଶନ ପରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

କେବଳ ଏତିକି ନୁହେଁ, ଲୋକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଅବିବାହିତ ପୁଅ ଏବଂ ଝିଅ ଶିବଲିଙ୍ଗ ଦର୍ଶନ କରିବା ପରେ ସେମାନଙ୍କର ମାନପାସନ୍ଦ ପାତ୍ର ମିଳିଥାଏ। ଏହି କାରଣରୁ ଅବିବାହିତମାନେ ୧୬ ସୋମବାର କରିବା ସହ ଶ୍ରାବଣ ମାସରେ ଜଳ ଚଢ଼େଇବା ପାଇଁ ଏଠାକୁ ଆସନ୍ତି। ଏଠାରେ ଶ୍ରାବଣ ମାସରେ କାଉଡିଆଙ୍କ ଭିଡ ଲାଗିଥାଏ ଜଳ ଲାଗି ପାଇଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: