ରାକ୍ଷୀ ପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ କ୍ଷୀର ଦହି ଶିରା

ରାକ୍ଷୀ ପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ କ୍ଷୀର ଦହି ଶିରା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତାକାଲୀ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ପ୍ରାୟ ସବୁ ଘରେ ବିଭିନ୍ନ ପ୍ରକାର ମିଠାର ଅସର ଜମିଥାଏ। ବିଶେଷ କରି ଭାଇମାନଙ୍କ ପାଇଁ ଭଉଣୀମାନେ ରାକ୍ଷୀ ସାଙ୍ଗକୁ ସ୍ଵତନ୍ତ୍ର ମିଠା ଆଣିଥାନ୍ତି। ତେବେ ଏହିଦିନ ବଜାରରେ ମିଠା ଦର ଅଧିକ ରହିଥାଏ, ଯାହାକି ଭଉଣୀମାନଙ୍କ ମନକୁ ଖଟା କରିଦିଏ। ଏହାସହ ଭଉଣୀମାନେ ମଧ୍ୟ ଚାହାନ୍ତି ଯେ ଏହି ସ୍ଵତନ୍ତ୍ର ଦିନରେ ନିଜ ହାତରେ ଭାଇମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ। ଯଦି ଆପଣ ମଧ୍ୟ ନିଜ ଭାଇଙ୍କ ପାଇଁ କିଛି ସ୍ଵତନ୍ତ୍ର କରିବାକୁ ଚାହାନ୍ତି ତେବେ ଆମେ ଏକ ସ୍ବତନ୍ତ୍ର ମିଠା ପ୍ରସ୍ତୁତ ବିଷୟରେ ଜଣାଉଛୁ। ଏହା ହେଉଛି କ୍ଷୀର ଦହି ଶିରା। ତେବେ ଚାଲନ୍ତୁ ଜାଣିବା କିପରି ଏହି କ୍ଷୀର ଦହି ଶିରା ମିଠା ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ:-ଗୋଟେ କପ୍‌ କ୍ଷୀର,ଗୋଟେ କପ୍‌ ଚିନି,ଗୋଟେ‌ କପ୍‌ ଦହି, ଗୋଟେ କପ୍‌ ମିଲ୍କ ପାଉଡର, ୫୦ ଗ୍ରାମ କାଜୁ,୫୦ ଗ୍ରାମ ଆଲମଣ୍ଡ,୫୦ ଗ୍ରାମ କିସ୍‌ମିସ୍‌, ୫-୬ ଚେରି, ଗୁଜୁରାତି, ଲୁଣ, ରିଫାଇନ ତେଲ ବା ଗୁଆ ଘିଅ।

ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗ୍ୟାସରେ ଗୋଟିଏ ପ୍ୟାନ୍‌ ବସାଇନ୍ତୁ। ସେଥିରେ କ୍ଷୀର ଢାଳନ୍ତୁ। କ୍ଷୀର ଗରମ ହୋଇଗଲେ ଏବେ ସେଥିରେ ଦହି ପକାଇବେ। ଦହି ମିଶାଇବା ପରେ କ୍ଷୀର ସମ୍ପୂର୍ଣ୍ଣ ଛିଣ୍ଡିଛେନା ହୋଇଯିବ। ଏବେ ଏଥିରେ ମିଲ୍କ ପାଉଡର ମିଶାନ୍ତୁ। ଆପଣ ସିଧାସଳଖ ଛେନା ଓ ମିଲ୍କ ପାଉଡର ବ୍ୟବହାର କରିପାରିବେ। ଏବେ ଏଥିରେ ଚିନି ଏବଂ ଗୋଟେ ଚାମଚ ରିଫାଇନ ତେଲ ବା ଘିଅ ମିଶାନ୍ତୁ। ଏବେ ସେହି ମିଶ୍ରଣକୁ କିଛି ସମୟ ଫୁଟାଇବାକୁ ଛାଡ଼ି ଦିଅନ୍ତୁ। ପାଣି ସମ୍ପୂର୍ଣ୍ଣ ମରିଯିବା ପରେ ଏବେ ଏଥିରେ କାଜୁ, ଆଲମଣ୍ଡ, କିସ୍‌ମିସ୍‌, ଗୁଜୁରାତି ଓ ଚେରି ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ କ୍ଷୀର ଦହି ଶିରା ମିଠା। ଏହାକୁ ଆପଣ ନିଜେ ଖାଆନ୍ତୁ ଓ ପ୍ରିୟଜନମାନଙ୍କୁ ଖୁଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: