ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସରକାର ସାର୍ବଜନୀନ ସେବା କର୍ତ୍ତବ୍ୟ ପାଣ୍ଠି (ୟୁଏସଓଏଫ) ଓ ଟେଲିକମ ସେବାପ୍ରଦାନକାରୀ (ଟିଏସପି)ମାନଙ୍କ ମାଧ୍ୟମରେ ଦେଶର ଗ୍ରାମୀଣ, ଆଦିବାସୀ ଓ ପାହାଡିଆ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ମୋବାଇଲ କଭରେଜ ଯୋଗାଇ ଦେଉଛନ୍ତି । ଏଥିପାଇଁ ୟୁଏସଓଏଫ ମାଧ୍ୟମରେ ବିଭିନ୍ନ ଯୋଜନା/ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏଥିରେ ୫ଟି ରାଜ୍ୟ (ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ମହାରାଷ୍ଟ୍ର)ର ୭୨୮୭ ଗାଁରେ ୪ଜି ମୋବାଇଲ ସେବା ପ୍ରଦାନ କରିବାକୁ ଯୋଜନା ରହିଛି ।
କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦେବୁସିଂହ ଚୌହାନ ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।
0 Comments