ରାମନାଥ କୋବିନ୍ଦ; ଅବସର ପରର ସୁବିଧା ସୁଯୋଗ ଓ ସୁରକ୍ଷା

ରାମନାଥ କୋବିନ୍ଦ; ଅବସର ପରର ସୁବିଧା ସୁଯୋଗ ଓ ସୁରକ୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ମାସ ୨୪ ତାରିଖରେ ସରୁଛି ତାଙ୍କ କାର୍ଯ୍ୟକାଳ । ଏହାପରେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ । ରାଷ୍ଟ୍ରପତି ପଦରୁ ଅବସର ଗ୍ରହଣ ପରେ ଏଇଠାରେ ହିଁ ରହିପାରନ୍ତି କୋବିନ୍ଦ । କୁହାଯାଉଛି କୋବିନ୍ଦଙ୍କ ପାଇଁ ଜନପଥରେ ଘର ବି ତିଆରି ସରିଲାଣି । ଏହି ବଙ୍ଗଳାରେ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ରହୁଥିଲେ । ଲୁଟିୟନ ଦିଲ୍ଲୀରେ ଥିବା ବଡ ବଡ ବଙ୍ଗଳା ମଧ୍ୟରୁ ଏହା ଅନ୍ୟତମ । ୨୦୨୦ରେ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଏହି ବଙ୍ଗଳାକୁ ଖାଲି କରାଯାଇଥିଲା । ଏହା ପରେ ଲମ୍ବା ସମୟ ଧରି ଏହାର ମରାମତି କରାଯାଇଥିଲା । ହେଲେ ଏବେ ପୁଣି ଥରେ କୋବିନ୍ଦ ଏହିଠାରେ ରହିବେ ବୋଲି ଜଣାପଡ଼ିଛି ।

କୋବିନ୍ଦଙ୍କ ଅବସର ପରେ ସେ ମାସିକ 1ଲକ୍ଷ 50 ହଜାରରୁ ଅଧିକ ଟଙ୍କା ପେନସନ୍‌ ପାଇବେ । କେବଳ ଏତିକି ନୁହେଁ ବରଂ ତାଙ୍କର ଦେଖାଶୁଣା କରିବା ଲାଗି ସଚିବ ଓ ପୋଲିସ ମୁତୟନ ହେବେ । ଏହାସହ ଲ୍ୟାଣ୍ଡଲାଇନ୍‌ ଫୋନ୍‌, ମୋବାଇଲ୍‌, ଇଂଟରନେଟ୍‌, ପାଣି ଓ ବିଜୁଳି ସହିତ 5 ଜଣ ବ୍ୟକ୍ତିଗତ ସହାୟତା ବି ତାଙ୍କୁ ମିଳିଥାଏ । କେବଳ ଏତିକି ନୁହେଁ ବରଂ ଗାଡ଼ିରେ ଯିବା ଆସିବା ପାଇଁ ଗାଡ଼ି, ଡ୍ରାଇଭର ଓ ତେଲ ମଧ୍ୟ ମିଳିଥାଏ । କେବଳ ରାଷ୍ଟ୍ରପତି ନୁହେଁ ବରଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଭତ୍ତା ମିଳିଥାଏ । ଏହାସହ ଆହୁରି ଅନେକ ପ୍ରକାର ସରକାରୀ ସୁବିଧା କୋବିନ୍ଦଙ୍କୁ ମିଳିବାକୁ ଯାଉଛି।

ଏଠାରେ କହିରଖୁଛୁ, ରାମନାଥ କୋବିନ୍ଦଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଦିଲ୍ଲୀରେ ରହିବାକୁ ଇଚ୍ଛା କରିଥିଲେ । ଅବସର ପରେ ତାଙ୍କ 10 ରାଜାଜୀ ମାର୍ଗରେ ଥିବା ବଙ୍ଗଳାରେ ରହୁଥିଲେ ପ୍ରଣବ । ତେବେ ପ୍ରଣବଙ୍କ ପୂର୍ବରୁ ଏହି ବଙ୍ଗଳାରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ମଧ୍ୟ ରହିଥିଲେ । ଏଠାରେ କହିରଖୁଛୁ, ପୂର୍ବତନ ରାଷ୍ଟ୍ରପତିମାନେ ନିଜ ଇଚ୍ଛା ଅନୁସାରେ ରହିବାକୁ ଜାଗା ସ୍ଥିର କରନ୍ତି । ଆଉ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: