ଦ୍ରୌପଦୀଙ୍କ ଐତିହାସିକ ବିଜୟ; ଓଡ଼ିଶାରୁ ଭାରତକୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି

ଦ୍ରୌପଦୀଙ୍କ ଐତିହାସିକ ବିଜୟ; ଓଡ଼ିଶାରୁ ଭାରତକୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ।

ରାଇରଂଗପୁରର ଉପବେଢ଼ାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ ।

ରାଇରଙ୍ଗପୁରରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ । ଲାଗୁଛି ଯେମିତି ଏକାଥରକେ ଆସିଛି ହୋଲି ଓ ଦୀପାବଳୀ । ଆଉ ଭୁବନେଶ୍ୱରରେ ନାଚିଛନ୍ତି ଉଭୟ ବିଜେଡି, ବିଜେପି । ଦିଲ୍ଲୀରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଛି । ପ୍ରଥମ ରାଉଣ୍ଡରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇଥିଲେ ଦ୍ରୌପଦୀ ମୁର୍ମୁ । ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ଦ୍ରୌପଦୀଙ୍କୁ ପ୍ରଥମ ରାଉଣ୍ଡରେ ୫୪୦ ଭୋଟ୍ ମିଳିଥିଲା ।

ସେହିପରି ଯଶୱନ୍ତ ସିହ୍ନାଙ୍କୁୁ ପ୍ରଥମ ରାଉଣ୍ଡରେ ମିଳିଥିଲା ୨୦୮ ଖଣ୍ଡ ଭୋଟ୍ । ଏହା ପରେ ବିଧାୟକଙ୍କ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ୧୦ ରାଜ୍ୟର ଫଳାଫଳ ଆସିଥିଲା । ଏଥିରେ ମୋଟ ୧୧୩୮ ଭୋଟ ଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିଲା ୮୦୯ ଭୋଟ ଏବଂ ଯଶୋୱନ୍ତଙ୍କ ସପକ୍ଷରେ ଯାଇଥିଲା ମାତ୍ର ୩୨୯ ଭୋଟ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ମୋଟ ଭୋଟର ମୂଲ୍ୟ ୫ ଲକ୍ଷ ୪୩ ହଜାର ୨୬୧ ଆବଶ୍ୟକ ରହିଥିଲା । ଯାହାକୁ ତୃତୀୟ ରାଉଣ୍ଡରେ ପୂରା କରିଥିଲେ ଦ୍ରୌପଦୀ ମୁର୍ମୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: