ଆତ୍ମ ସମର୍ପଣ କଲେ ଚିଲିକା ବିଧାୟକ

ଆତ୍ମ ସମର୍ପଣ କଲେ ଚିଲିକା ବିଧାୟକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସୋମବାର ବାଣପୁର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ଶେଷହେବାରୁ କୋର୍ଟ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ପୁନଃ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ୨ଥର ସାତଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଗତ ୨୦ ତାରିଖରେ ହାଇକୋର୍ଟ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ପରେ ସେ ବାଣପୁର ଜେଏମ୍‌ଏଫ୍‌ସିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଲୋକଙ୍କ ଉପରେ ଗାଡି ମଡେଇବା ମାମଲାରେ ସେ ମାର୍ଚ୍ଚ ୨୨ ତାରିଖରୁ ବାଣପୁର ଉପକାରାଗାରରେ ଥିଲେ। ତିନିଦିନ ତଳେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଜେଏମ୍‌ଏଫସିଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଏ ପର୍ଯ୍ୟନ୍ତ ସେ ଦେହ ଅସୁସ୍ଥ ଥିବା ଦର୍ଶାଇ ଜାମିନରେ ଥିଲେ। ବିଚାରବିଭାଗ ହାଜତରେ ତାଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବ ବୋଲି କୋର୍ଟ କହିଥିଲେ। ପରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: