ଦୁନିଆର ସବୁଠୁ ଭୟଙ୍କର ଜେଲ୍, ଥରେ ଗଲେ ଜୀବନ୍ତ ଫେରନ୍ତି ନାହିଁ କଏଦୀ

ଦୁନିଆର ସବୁଠୁ ଭୟଙ୍କର ଜେଲ୍, ଥରେ ଗଲେ ଜୀବନ୍ତ ଫେରନ୍ତି ନାହିଁ କଏଦୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ୟୁକ୍ରେନ ସହ ଯୁଦ୍ଧ କରିବା ପରଠାରୁ ଋଷକୁ ନେଇ ଅନେକ ଗୋପନ ତଥ୍ୟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏବେ ସେମିତି ଆଉ ଏକ ସତ୍ୟ ଜାଣିବାକୁ ମିଳିଛି। ଏଠାରେ ଏପରି ଏକ କାରାଗାର ଅଛି, ଯେଉଁଠିକୁ ଥରେ ଜଣେ କଏଦୀ ଗଲେ ସେ କେବେବି ଜୀବନ୍ତ ବାହାରକୁ ଆସିପାରିନ୍ତିଁ ନାହିଁ। ମୃତ୍ୟୁ ପରେ ହିଁ ତାଙ୍କୁ ଜେଲରୁ ବାହାର କରାଯାଇଥାଏ । ଏହି ଜେଲ୍ ର ନାମ ବ୍ଲାକ୍ ଡଲଫିନ୍ ରଖାଯାଇଛି। ଋଷର ଏହି ଗୋଲାପୀ ରଙ୍ଗର କୋଠାକୁ ଦେଖିଲେ ତାହା ଏକ ସାଧାରଣ କୋଠା ପରି ଦେଖାଯାଇଥାଏ। କିନ୍ତୁ ବାସ୍ତବରେ ଏହା ହେଉଛି ଦେଶର ସବୁଠାରୁ ଭୟଙ୍କର ବନ୍ଦୀମାନଙ୍କ ବାସସ୍ଥାନ। ବଳତ୍କାରୀ, ଶିଶୁ ନିର୍ଯାତନାକାରୀ ଏବଂ ମାନବ ମାଂସ ଖାଉଥିବା ଅପରାଧୀମାନେ ଏହି ଜେଲରେ ରୁହନ୍ତି। ଯଦି ଋଷରେ ଜଣେ କଏଦୀ ଏଭଳି କିଛି ଅପରାଧ କରିଛନ୍ତି, ଯାହା କ୍ଷମା ପାଇବା ଯୋଗ୍ୟ ନୁହେଁ, ତେବେ ତାଙ୍କୁ କେବଳ ଏହି କାରାଗାରକୁ ପଠାଯାଇଥାଏ। ଏହା ଭିତରକୁ ଯାଉଥିବା କୌଣସି କଏଦୀ ଆଜି ପର୍ଯ୍ୟନ୍ତ ଜୀବନ୍ତ ବାହାରକୁ ବାହାରି ନାହାନ୍ତି ବୋଲି କୁହାଯାଏ।

ଜାମିନ ମିଳେ ନାହିଁ:

ଋଷର ଅନ୍ୟ କାରାଗାରରେ ରହୁଥିବା କଏଦୀମାନେ ଜାମିନ ପାଇପାରନ୍ତି, କିନ୍ତୁ ବ୍ଲାକ୍ ଡଲଫିନରେ ଜେଲରେ ରହୁଥିବା କଏଦୀ କେବେବି ଜାମିନ ପାଇପାରନ୍ତି ନାହାଁ। ଥରେ ଜଣେ କଏଦୀ ଏହି କାରାଗାରରେ ପ୍ରବେଶ କରିବା ପରେ ବାହାରକୁ ଯିବା ଅସମ୍ଭବ ହୋଇଥାଏ। ଯେପର୍ଯ୍ୟନ୍ତ ସେ ମରି ନାହିଁ। ବର୍ତ୍ତମାନ ଏହି ଜେଲରେ ୭୦୦ କଏଦୀ ବାସ କରୁଛନ୍ତି। ସମସ୍ତଙ୍କୁ ଜାମିନ ବିହୀନ ଆଜୀବନ କାରାଦଣ୍ଡ ଦିଆଯାଇଛି। ଯଦି କଏଦୀମାନଙ୍କୁ ଜେଲ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ, ତେବେ ସେହି ସମୟ ମଧ୍ୟରେ ମଧ୍ୟ ସେମାନଙ୍କ ଆଖିରେ ପଟି ବାନ୍ଧି ନିଆ ଯାଏ। ଯାହାଦ୍ଵାରା ସେ କେବଳ ତାଙ୍କ ବ୍ୟାରେକ ବ୍ୟତୀତ କମ୍ପ୍ଲେକ୍ସରେ ଆଉ କିଛି ଦେଖି ପାରିବେ ନାହିଁ।

ନର୍କ ପରି ଜୀବନ ହୋଇଯାଏ:

ଏହି ଜେଲ ଭିତରେ ରକ୍ଷୀମାନେ ପ୍ରତି ୧୫ ମିନିଟରେ ବନ୍ଦୀମାନଙ୍କୁ ଯାଞ୍ଚ କରିବାକୁ ଆସନ୍ତି । ଯଦି ଏଠାରେ ଥିବା କଏଦୀଙ୍କ ଖାଦ୍ୟ ବିଷୟରେ କହିବା, ତେବେ ବନ୍ଦୀମାନଙ୍କୁ ଜେଲରେ ଦିନକୁ ଚାରିଥର କେବଳ ସୁପ୍ ଦିଆଯାଏ। ସେମାନଙ୍କ ବ୍ୟାରେକରୁ ବନ୍ଦୀମାନେ ପ୍ରତିଦିନ ୯୦ ମିନିଟ୍ ପାଇଁ ବ୍ୟାୟାମ କରିବାକୁ ବାହାରକୁ ଯାଆନ୍ତି। ବନ୍ଦୀମାନଙ୍କୁ ସବୁବେଳେ ହାତକଡି ପକେଇ ରଖାଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ରହୁଥିବା ବନ୍ଦୀମାନେ ଜେଲରେ ଆଉ ୩୫ ଶହ କଏଦୀଙ୍କୁ ହତ୍ୟା କରିଛନ୍ତି। ଏଠାରେ କାମ କରୁଥିବା ଜଣେ ରକ୍ଷୀ କହିଛନ୍ତି ଯେ ଏଠାକୁ ଆସୁଥିବା ସମସ୍ତ ବନ୍ଦୀମାନେ ପଶୁ ସହ ସମ୍ମାନ। ତାଙ୍କ ମନରେ ସେମାନଙ୍କ ପ୍ରତି ସ୍ନେହ କିମ୍ବା ଦୟା ଭାବନା ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: