
ରାଷ୍ଟ୍ରପତି ନିର୍ବାଚନ :ଆଜିଠୁ ଆରମ୍ଭ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା
ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ଏହାପରେ ୩୦ ତାରିଖରେ ଯାଞ୍ଚ ଓ ଜୁଲାଇ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଓଡ଼ିଶା ବିଧାସଭା ନୋଟିସ୍ ବୋର୍ଡ ରେ ଲାଗିଛି ରାଷ୍ଟ୍ରପତି ନିର୍ବାଚନ ବିଜ୍ଞପ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି। ଏହାପୂର୍ବରୁ ନିର୍ବାଚିତ ହେବେ ନୂଆ ରାଷ୍ଟ୍ରପତି। ତେବେ ଭାରତର ୧୫ ତମ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।
Related
Previous
0 Comments