ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ‘କୃଷି-ବିରୋଧୀ ଆଇନ’କୁ ରଦ୍ଦ କରି କୃଷକମାନଙ୍କ ପ୍ରତି କରାଯାଇଥିବା ଘୋର ଅନ୍ୟାୟର ପ୍ରତିରୋଧ କରିବା ନିମନ୍ତେ କୌଣସି ସମ୍ଭାବନା ଅଛି କି, ନାହିଁ ଖୋଜି ବାହାର କରିବାକୁ ସୋମବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।
Prioritising the farmers' interests, @INCTelangana took to protests against the black laws passed by the current dispensation. Congress will never watch silently as our annadatas are being oppressed.#KisaanMazdoorNYAYMarch pic.twitter.com/DNaPfIz1RK
— Congress (@INCIndia) September 28, 2020
୨୦୧୩ରେ ଉପା ସରକାରଙ୍କ ଅମଳରେ ପ୍ରଣୟନ ହୋଇଥିବା ଜମି ଅଧିଗ୍ରହଣ ଆଇନ୍କୁ ରଦ୍ଦ କରିବା ଲାଗି ରାଜ୍ୟମାନେ ନିଜ ନିଜର ଆଇନ ପ୍ରୟୋଗ କରନ୍ତୁ ବୋଲି ୨୦୧୫ରେ ବିଜେପି ସରକାର ନିଜ ଦଳ ଶାସିତ ରାଜ୍ୟମାନଙ୍କୁ କହିଥିଲା। ସମ୍ପ୍ରତି ବିରୋଧୀ ଦଳ କଂଗ୍ରେସ ବିଜେପି ସରକାର ବିରୋଧରେ ସେ ଭଳି ନିୟମ ପ୍ରଣୟନ ପାଇଁ ଉଦ୍ୟମ ଚଳାଇଛି।