ବିଡିଓଙ୍କୁ ମାଡ଼ ମାରି ବିଧାୟକ ଗିରଫ

ବିଡିଓଙ୍କୁ ମାଡ଼ ମାରି ବିଧାୟକ ଗିରଫ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୋଲିସ୍ । ଅନ୍ୟ ଦୁଇ ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ବିଧାୟକଙ୍କ ଗିରଫଦାରୀ ନେଇ ଦେବଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।

ଗତକାଲି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପିଟିଥିବା ଅଭିଯୋଗ ଥାନାରେ ହୋଇଥିଲା । କୌଣସି କାର୍ଯ୍ୟ ପାଇଁ ବିଡିଓଙ୍କୁ ଦେଖା କରିବା ପାଇଁ କହିଥିଲେ ବିଧାୟକ । ହେଲେ ସେ ସ୍କୁଲ ପରିଦର୍ଶନ କରିବାକୁ ବାହାରକୁ ଯାଇଥିବା ଜଣାଇଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିଲେ । ଆଉ ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ । ତେବେ ଏହି ଘଟଣାକୁ ନେଇ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଥାନାରେ ଏତା ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: