ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପୁଣି ଥରେ ଲକଡାଉନ୍ ହେବ ନା ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ରାଜ୍ୟବାସୀ କଣ ଚାହୁଁଛନ୍ତି ଲକଡାଉନ୍ ନା ଅନଲକ୍ ? ଏହି ପ୍ରଶ୍ନ ସରକାରଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ଧନଜନର ସୁରକ୍ଷା । ଅବଶ୍ୟ ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ ହେଉଥିବା ବେଳେ ଏବେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି ।
ସେପଟେ ଦେଶରେ ମଧ୍ୟ ସଂକ୍ରମଣ ହାର ନିମ୍ନଗାମୀ ହେଉଛି । ଏଭଳି ସ୍ଥିତିରେ ଲକଡାଉନ୍ ବଢ଼ିବ ନା ଅନଲକ୍ ହେବ ତାହା ରାଜ୍ୟ ସରକାରଙ୍କ ଇଚ୍ଛାଧିନ ବ୍ୟାପାର । ଅବଶ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତକୁ ଆଧାର କରି ରାଜ୍ୟ ସରକାର ଯେ, କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ।
ସେପଟେ ଆଜି ସରୁଛି ଲକଡାଉନ୍ –ଥ୍ରୀ, ଆସନ୍ତାକାଲି ଅର୍ଥାତ 17 ଜୁନ୍ ସକାଳ ଯାଏଁ ରହିଛି କଟକଣା ଅବଧି । ଏହା ପୂର୍ବରୁ କି ନିଷ୍ପତ୍ତି ନେବେ ସରକାର, ତାକୁ ନେଇ ଓଡ଼ିଶାବାସୀଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ତେବେ ରାଜ୍ୟ ସରକାର କେଉଁ ଆଧାରରେ ରାଜ୍ୟରେ ଅନଲକ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତାଲାଖୋଲା ନିଷ୍ପତ୍ତି କଳ୍ପନାଜଳ୍ପନା ଭିତରେ ମୁଖ୍ୟତଃ ୪ଟି ପ୍ରମୁଖ ଦିଗ ଉପରେ ସରକାର ଅଧିକ ଧ୍ୟାନ ଦେବା ଅନୁମାନ କରାଯାଉଛି ଯେମିତିକି ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କରେ ତାଲା ଖୋଲାଯିବ ଓ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିଲେ କଟକଣା ବଳବତ୍ତର ରହିବ ତାସହ କେଉଁ ଜିଲ୍ଲାରେ କେତେ ଆକ୍ଟିଭ୍ କେସ୍ ରହିଛି ଓ ଟିକାକରଣ ହାରକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ହୋଇପାରେ ସେହିପରି ରୋଗୀ ସଂଖ୍ୟା ଓ ବେଡ୍ ଆକ୍ୟୁପାନ୍ସିକୁ ବି ବିଚାରକୁ ନିଆଯିବ ବୋଲି କୁହାଯାଉଛି ।
ତେଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି-ଅନଲକ୍ ନେଇ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ ସବୁ ସ୍ଥାନରେ ଏନେଇ ତଦାରଖ ଚାଲିଛି । ଗତ ୧୫ଦିନର ଡାଟାକୁ ଦେଖି ବିଚାରବିମଷର୍ର୍ ଜାରି ରହିଛି । ଦିନେ କି ଦୁଇଦିନ ଭିତରେ SRCଙ୍କ ପକ୍ଷରୁ ଗାଇଡଲାଇନ୍ ଆସିଯିବ ।
0 Comments