
ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (naveen pattnaik- @Naveen_Odisha)। ‘ସଲାବୁଢା’, ‘ଆଦିମ ବିଚାର’ ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ମଧ୍ୟ ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।
ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 5, 2021
0 Comments