୧୫ ବର୍ଷ ଛୁଟିରେ ରହି ବି ପାଇଛନ୍ତି ପୂରା ଦରମା, ଜାଣନ୍ତୁ କିପରି…

୧୫ ବର୍ଷ ଛୁଟିରେ ରହି ବି ପାଇଛନ୍ତି ପୂରା ଦରମା, ଜାଣନ୍ତୁ କିପରି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଧନୀ ହେଉ କି ଗରିବ ଟଙ୍କା ରୋଜଗାର କରିବା ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ବେଳେବେଳେ ଅଧିକ କାମର ଚାପରେ ବିରକ୍ତ ହୋଇ ଲୋକମାନେ ଭାବି ବସନ୍ତି କିଛି କାମ ନକରି ଟଙ୍କା ମିଳିଲେ କେତେ ଭଲ ହୁଅନ୍ତା। କିନ୍ତୁ ଆଜିକା ଦିନରେ ବିନା ଟଙ୍କାରେ ଅମ୍ଳଜାନ ମିଳୁନି ଆଉ ବିନା କାମରେ କିଏ କାହିଁକି ପଇସା ଦେବ? ହେଲେ ଇଟାଲୀରେ ସେମିତି ଏକ ସତ ଘଟଣା ସମ୍ନାକୁ ଆସିଛି। ଏଠାକାର ଗୋଟିଏ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏଭଳି ଘଟିଛି। ଇଟାଲୀର ପୁଗଲିସ୍ ସିଆସିଓ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଛୁଟି ନେବାର ମାଷ୍ଟର ବୋଲି କୁହାଯାଉଛି। ଏହି ବ୍ୟକ୍ତି ଜଣକ ବିନା ବିଜ୍ଞପ୍ତି ଓ ବିନା ସୂଚନାରେ ୧୫ ବର୍ଷ ହେଲା ଛୁଟିରେ ଅଛନ୍ତି। କିନ୍ତୁ ଏହାଠୁ ଅଧିକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଛୁଟିର ଏହି ୧୫ ବର୍ଷର ସମସ୍ତ ବେତନ ବ୍ୟକ୍ତିଙ୍କୁ ପ୍ରତି ମାସରେ ମିଳିଛି।
ବ୍ୟକ୍ତି ୧୫ ବର୍ଷ ହେଲା ଛୁଟିରେ ରହି ମଧ୍ୟ ସମ୍ପୂର୍ଣ୍ଣ ଦରମା ପାଉଥିଲେ। ଏବେ ତାଙ୍କ ସତ ସମସ୍ତଙ୍କ ସମ୍ନାକୁ ଆସିଛି । ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଗୋପନ ରହିଛି । ସାର୍ବଜନୀନ କ୍ଷେତ୍ରରେ ଚାକିରି କରି ଏତେ ଲମ୍ବା ଛୁଟି ସହ ଦରମା ପାଇ ବ୍ୟକ୍ତି ଜଣକ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବ୍ୟକ୍ତି ଜଣକ ବିଷୟରେ ଏତିକି ସୂଚନା ମିଳିଛି ଯେ ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ଏବେ ୬୭ ବର୍ଷ । ଯେତେବେଳେ ୧୫ ବର୍ଷ ପରେ ଏହି ଘଟଣା ପ୍ରକାଶ ପାଇଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡାକ୍ତରଖାନା ପରିଚାଳକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । କ୍ରମାଗତ ୧୫ ବର୍ଷ ହେଲା ପ୍ରତି ମାସରେ ଦରମା ଟଙ୍କା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସୁଥିବା ବେଳେ ସେ ଉଠାଇ ଥିଲେ ବୋଲି ପୋଲିସ କହିଛି । ମ୍ୟାନେଜମେଣ୍ଟର ମଧ୍ୟ ସେ ଦିଗ ପ୍ରତି ଧ୍ୟାନ ଦେଇ ନଥିବା ବେଳେ ବ୍ୟକ୍ତି ଜଣକ ମଧ୍ୟ ସେ ବିଷୟରେ କୌଣସି ସୂଚନା ଦେଇନଥିଲେ। ସେ ପ୍ରତିମାସରେ ଆସୁଥିବା ଦରମାକୁ ବଡ ଆରାମରେ ବ୍ୟବହାର କରିବାରେ ଲାଗିଲେ। ଏହି ୧୫ ବର୍ଷରେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୮ କୋଟି ୮୪ ଲକ୍ଷ ଟଙ୍କା ଦରମା ଆକାରରେ ଜମା କରାଯାଇଥିବାର ସୂଚନା ମିଳିଛି। ବର୍ତ୍ତମାନ ଏହି ମାମଲାକୁ ନେଇ ବ୍ୟକ୍ତିଙ୍କ ଉପରେ ଠକେଇ କେସ୍ ରୁଜୁ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ବ୍ୟତୀତ ଡାକ୍ତରଖାନାର ୬ ଜଣ ପରିଚାଳକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ଖବରଟି ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରି ଏତେ ବଡ଼ ଭୁଲ କିପରି ହୋଇପାରେ ବୋଲି ଅନେକ ବୁଝିପାରୁ ନାହାନ୍ତି। କେବଳ ଏହି ବ୍ୟକ୍ତି ନୁହନ୍ତି, ଇଟାଲୀରେ ଏହିଭଳି ଅନେକ ଲୋକଙ୍କର ବିନା ସୂଚନାରେ ଚାକିରିରୁ ଛୁଟି ନେଇ ରହିବା ଅଭ୍ୟାସ ଅଛି। ଅପରପକ୍ଷେ ଘଟଣାର ଅନୁସନ୍ଧାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: