ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମେଷ: ଆଇନ କାନୁନ ମାମଲା ସମାଧାନ ହୋଇପାରେ। ଛାତ୍ରଙ୍କୁ କୌଣସି ବନ୍ଧୁ ସାହାଯ୍ୟ କରିବେ।
ବୃଷ: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳି ଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବେ। କାର୍ଯ୍ୟ ପରିସର ବୃଦ୍ଧି ପାଇଁ ନୂଆ ସୁଯୋଗ ପାଇବେ।
ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ।
କର୍କଟ: ନିଜର ଯୋଗ୍ୟତାକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। କାରବାରରେ କୌଣସି ବ୍ୟକ୍ତି ସାହାଯ୍ୟ କରିବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।
ସି˚ହ: ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।
କନ୍ୟା: ବ୍ୟାଙ୍କରୁ ଋଣ ହାସଲ ଦିଗରେ ଥିବା ଝଞ୍ଜଟର ସମାଧାନ ହୋଇପାରେ। କାରବାରରେ ଲାଭ ହେବ। ଚାକିରିଆଙ୍କ ପାଇଁ ଦିନଟି ଭଲ।
ତୁଳା: ଯାହା ବି କାମ କରିବେ ଆରାମରେ ସ˚ପୂର୍ଣ୍ଣ କରିପାରିବେ। ଅଫିସରେ ବଡ଼ ଡିଲ୍ କରିବାର ସୁଯୋଗ ମିଳିପାରେ। ନୂଆ ଜମି କିଣିବା ଲାଗି ଦିନଟି ଭଲ।
ବିଛା: କାମ ପ୍ରତି ଉତ୍ସାହ ବଢ଼ିବ। କ˚ପାନି ତରଫରୁ ଆପଣଙ୍କୁ କୌଣସି ସ୍ବତନ୍ତ୍ର ସୁବିଧା ମିଳିପାରେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।
ଧନୁ: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବେପାରି ବର୍ଗଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ଖୁସିରେ ଭରି ରହିବ।
ମକର: ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସର ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
କୁମ୍ଭ: କୌଣସି ପ୍ରସଙ୍ଗ ନେଇ ମନ ଅସ୍ଥିର ହୋଇପାରେ। ବିରୋଧୀଙ୍କ ପ୍ରତି ସତର୍କ ରୁହନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବେ।
ମୀନ: ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ବେପାର ସମ୍ବନ୍ଧରେ ମନକୁ ନୂଆ ବିଚାର ଆସିବ। ଚାକିରିରେ ପଦୋନ୍ନତି ମିଳିପାରେ।