ଗିରଫ ହେଲେ ଚିଲିକା ବିଧାୟକ

ଗିରଫ ହେଲେ ଚିଲିକା ବିଧାୟକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡି ଚଢାଇଦେବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ହାଜର କରାଯାଇଥିଲା ବୋଲି ଜଣାପଡିଛି। ପୋଲିସ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ରିମାଣ୍ଡରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ବାଣପୁର ବ୍ଲକ ସମ୍ମୁଖରେ ୧୨ ତାରିଖ ସକାଳେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଉପରେ ଗାଡି ମଡାଇଦେଇଥିଲେ ।ଏହି ଘଟଣାରେ ବିଜେପ କର୍ମୀଙ୍କ ସମେତ ୨୫ ଜଣ ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକମାନେ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବାଣପୁରରେ ଉତ୍ତେଜନା ଜାରି ରହିଥିଲା । ଏନେଇ ବାଣପୁରରେ ୧୪୪ ଧାରା ଜାରି କରାଯାଇଥିଲା ।ଆଜି ବିଧାୟକ ସମ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: