ଅଜବ ପରମ୍ପରା: ଏହି ଗାଁରେ କେହିବି ଖାଆନ୍ତି ନାହିଁ ପିଆଜ-ରସୁଣ

ଅଜବ ପରମ୍ପରା: ଏହି ଗାଁରେ କେହିବି ଖାଆନ୍ତି ନାହିଁ ପିଆଜ-ରସୁଣ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପିଆଜ ହେଉଛି ଏମିତି ଏକ ପରିବା ଯାହା ସମସ୍ତ ପ୍ରକାରର ତରକାରୀ ତିଆରିରେ ବ୍ୟବହୃତ ହୁଏ। ପିଆଜ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅସଂଖ୍ୟ ଉପକାର ସାଧନ କରିଥାଏ। ତରକାରୀ ବ୍ୟତୀତ ପିଆଜକୁ ସାଲାଡରେ ଓ କଞ୍ଚା ଖିଆଯାଇଥାଏ। ଏପରି କେତେକ ଘର ଅଛି ଯେଉଁଠି ବିନା ପିଆଜ- ରସୁଣ ତରକାରୀ କରାଯାଏ ସତ କିନ୍ତୁ ତାହାର ସ୍ୱାଦ ସେତେ ଭଲ ହୋଇନଥାଏ। ଏହାସହ ପୂଜା ପର୍ବରେ କାଁ ଭାଁ ଘରମାନଙ୍କରେ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତର ଏକ ନିଆରା ଗାଁ ଅଛି, ଯେଉଁଠାରେ ପିଆଜ ଏବଂ ରସୁଣ ସମ୍ପୂର୍ଣ୍ଣ ନିଷେଧ। ଏହି ଗାଁ ଟି ବିହାରର ଜହାନାବାଦ ଜିଲ୍ଲା ଠାରୁ ତିରିଶ କିଲୋମିଟର ଦୂରରେ ଥିବା ତ୍ରିଲୋକି ବିଗହା ଗାଁ। ଏହି ପୁରା ଗାଁରେ କେହି ପିଆଜ ରସୁଣ ଖାଉ ନାହାଁନ୍ତି। କେବଳ ସେତିକି ନୁହେଁ ସମଗ୍ର ଗାଁରେ ବଜାରରୁ ପିଆଜ ଓ ରସୁଣ ଆଣିବାକୁ ମଧ୍ୟ ବାରଣ କରାଯାଇଛି। ଏହି ଗାଁର ଲୋକମାନେ କୁହନ୍ତି ଯେ ସେମାନଙ୍କ ପୂର୍ବପୁରୁଷମାନେ ମଧ୍ୟ ପିଆଜ-ରସୁଣ ଖାଉ ନଥିଲେ। ସେମାନେ ବର୍ତ୍ତମାନ ଏହି ପରମ୍ପରାକୁ ଭାଙ୍ଗି ପାରିବେ ନାହିଁ।

ପିଆଜ – ରସୁଣ କିଣନ୍ତି ନାହିଁ ମଧ୍ୟ:୩୦ ରୁ ୩୫ ଘରରକୁ ନେଇ ତିଆରି ଏହି ଗାଁ ର ଅଧିକାଂଶ ଲୋକ ଯାଦବ ଜାତିର, ସେମାନେ କୌଣସି ରୂପରେ ପିଆଜ କି ରସୁଣ ଖାଆନ୍ତି ନାହିଁ। ସମଗ୍ର ଗାଁରେ ଖାଇବାତ ଦୂରର କଥା ବଜାରରୁ ପିଆଜ ଏବଂ ରସୁଣ କିଣି ଆଣିବାକୁ ମଧ୍ୟ ବାରଣ କରାଯାଇଛି। ଏହି ଗାଁର ଲୋକମାନେ କୁହନ୍ତି ଯେ ଏଠାରେ ଏକ ମନ୍ଦିର ଅଛି ଯେଉଁଠାରେ ଦେବତାଙ୍କ ଅଭିଶାପ ହେତୁ ସେମାନଙ୍କୁ ପିଆଜ-ରସୁଣ ଖାଇବା ମନା।ଏହି ଗାଁର ଲୋକମାନେ କୁହନ୍ତି ଯେ ପିଆଜ-ରସୁଣ ନ ଖାଇବା ପାଇଁ ସେମାନଙ୍କର ଏକ ବିଶେଷ କାରଣ ଅଛି। ଏହି ଗାଁରେ ଏକ ମନ୍ଦିର ଅଛି, ଯାହାକୁ ଠାକୁରବାଡି କୁହାଯାଏ। ଏହି ମନ୍ଦିରର ଦେବତାମାନଙ୍କର ଅଭିଶାପ ହେତୁ ସେମାନଙ୍କୁ ପିଆଜ-ରସୁଣ ଖାଇବାକୁ ମନା । ଗାଁର ଲୋକମାନେ ଦାବି କରିଛନ୍ତି ଯେ ବହୁ ବର୍ଷ ପୂର୍ବେ ଗୋଟିଏ ପରିବାର ଏହି ପରମ୍ପରା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ଫଳସ୍ୱରୂପ ତାଙ୍କ ଘରେ ଅନେକ ଅଘଟଣ ଘଟିଥିଲା। ସେବେଠାରୁ ଏଠାରେ କେହି ଏପରି ଭୁଲ କରନ୍ତି ନାହିଁ । ଗାଁ ମୁଖିଆଙ୍କ କହିବାନୁସାରେ, ଏହି ଗାଁରେ ୩୫ ଜଣଙ୍କର ପରିବାର ବାସ କରନ୍ତି। ଏହି ଗାଁରେ କେବଳ ରସୁଣ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ମଧ୍ୟ ନିଷେଧ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: