ନିଚ୍ଛକ ଓଡ଼ିଆପଣର ସମ୍ଭାର ଫିଲ୍ମ ‘ରଙ୍ଗଶୁର’ ; ୧୨ରେ ସିନେମା ଘରେ ହେବ ରିଲିଜ୍

ନିଚ୍ଛକ ଓଡ଼ିଆପଣର ସମ୍ଭାର ଫିଲ୍ମ ‘ରଙ୍ଗଶୁର’ ; ୧୨ରେ ସିନେମା ଘରେ ହେବ ରିଲିଜ୍

ଭୁବନେଶ୍ୱର: ଏକ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଥିବା ଓଡ଼ିଆ ସିନେମା ଶିଳ୍ପକୁ ଦିଶା ଦେବାକୁ ପରଦାକୁ ଆସୁଛି ଓଡ଼ିଆପଣର ନିଚ୍ଛକ ଚିତ୍ର ‘ରଙ୍ଗଶୁର’ | ଆସନ୍ତା ୧୨ ଅର୍ଥାତ ଜାନୁଆରୀ ୧୨ ତାରିଖରେ ଏହା ଆପଣଙ୍କ ନିକଟସ୍ଥ ସିନେମା ଘରେ ମୁକ୍ତିଲାଭ କରିବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଦାବି କରାଯାଉଛି ଯେ, ଏହି ସିନେମା ଓଡିଆ ଫିଲ୍ମ ଜଗତକୁ ଆଉ ଦି ପାଦ ଆଗକୁ ନେବା ସହ ନୂଆ ଦିଶା ଦେଖାଇବ । ଓଡ଼ିଶାର କଥା ଓଡ଼ିଆଙ୍କ କାହାଣୀ ମାଟି ଓ ପ୍ରକୃତିର କଥା କହୁଛି ଏହି ଫିଲ୍ମ | ଏହା ସହ ଏହି ଫିଲ୍ମ ଜନାଦୃତ ହେବ ବୋଲି ଫିଲ୍ମ ରଂଗାଶୁରର ଅଡିଓ ଓ ଟ୍ରେଲର ରିଲିଜ ବେଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଗତକାଲି ଭୁବନେଶ୍ୱରର ଏକ ଘରୋଇ ତାରକା ହୋଟେଲରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ୍ କରାଯାଇଥିଲା । ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ଏହି ନୂଆ ଓଡ଼ିଆ ଫିଲ୍ମ “ରଙ୍ଗଶୁର” ଦର୍ଶକଙ୍କୁ ପୁଣି ଥରେ ସିନେମା ଘରକୁ ଟାଣି ଆଣିବାରେ ସହାୟ ହେବ ବୋଲି ଆଶା ରଖିଛି ଟିମ୍ ‘ରଙ୍ଗାଶୁର’ ।

ରାଜ୍ୟର ଏକ ପାରମ୍ପରିକ ଲୋକ ନୃତ୍ୟ ଉପରେ ଆଧାରିତ ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ ଭିନ୍ନ ଧରଣର ଫିଲ୍ମ ବଡ଼ ପରଦାରେ ଓଡ଼ିଆ ସିନେ ଦର୍ଶକଙ୍କୁ ଦେଖିବାକୁ ଅନୁରୋଧ କରିଛି ପ୍ରଯୋଜନା ସଂସ୍ଥାl

ମୁନ୍ ଟିଭି ଓ ପ୍ରକାଶ ଫିଲ୍ମ୍ସ ପ୍ରଯୋଜିତ ଏବଂ ମ୍ୟାକ୍ସିମିଆ ଫିଲ୍ମ ସହ ପ୍ରଯୋଜନା ର ଭାର ସମ୍ଭାଳିଛନ୍ତି । ପ୍ରଯୋଜକ ସଚ୍ଚିକାନ୍ତ ଜେନା ,ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ। କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ଅଭିନୟରେ ଅଭିଜ୍ଞ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଛନ୍ତି। ଏହି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ସ୍କ୍ରିପ୍ଟ ହିମାଂଶୁ ଏବଂ ଶତ୍ରୁ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଏବଂ ବାନି । ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ୍ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଓ ସଂବିତ ଜେନା ଅଛନ୍ତି l

ଏଠାରେ ଆଉ ଥରେ କହି ରଖୁଛି ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ବଞ୍ଚିବୁ ଆମେ ବାର୍ତ୍ତା ନେଇ ଏହି ବାଘ ନୃତ୍ୟ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର l ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ। ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଙ୍ଗଶୁର l ରଙ୍ଗ ମାନେ କଲର, ଶୁର ମାନେ ବୀର, ଯୋଦ୍ଧା ଵା ବାଘ l ଏହା ଆମ ରାଜ୍ୟରେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ବାଘ ନୃତ୍ୟ ପରିବେଷଣ ହୋଇଥାଏ l

0 Comments

Leave Your Comment

Your email address will not be published. Required fields are marked *

%d bloggers like this: