ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ଅନଲାଇନ୍ ଭିଡିଓ ଗେମ୍ PUBGକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । । ପବ-ଜୀ ସମେତ ଅନ୍ୟ ଶହେ 18ଟି ଆପ୍ କୁ ସରକାର ନିଷିଦ୍ଧ କରାଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2 ।
ଡାଟା ଚୋରୀ ଅଭିଯୋଗ ଓ ସାଇବର ସିକ୍ୟୁରିଟି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଚୀନ୍ ସହ ସୀମା ବିବାଦ ଏବଂ ଯୁଦ୍ଧ ଭଳି ସ୍ଥିତି କାରଣରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ 90ରୁ ଅଧିକ ମୋବାଇଲ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ଟିକଟକ ଭଳି ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ରହିଥିଲା