ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀଙ୍କୁ ଜାତୀୟ ଲାଡିଲି ମିଡିଆ  ସମ୍ମାନ

ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀଙ୍କୁ ଜାତୀୟ ଲାଡିଲି ମିଡିଆ ସମ୍ମାନ

ଭୁବନେଶ୍ୱର: ସ୍ତମ୍ଭକାର ଓ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀଙ୍କୁ ଚଳିତ ବର୍ଷର ସମ୍ମାନ ଜନକ ଜାତୀୟ ଲାଡିଲି ମିଡ଼ିଆ ପୁରସ୍କାର ମିଳିଛି । ମହାରାଷ୍ଟ୍ର ଥାନେ ଠାରେ ମିଳିତ ଜାତିସଙ୍ଘ ପପୁଲେସନ ଫଣ୍ଡ ଓ ପପୁଲେସନ ଫାଷ୍ଟର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ ଭଵ୍ୟ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ରିପୋର୍ଟରରେ ପ୍ରକାଶିତ ତାଙ୍କର ଆଲେଖ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । କ୍ରମାଗତ ଦ୍ଵିତୀୟ ଥର ପାଇଁ ଲିଙ୍ଗ ସମ୍ବେଦନଶୀଳତା ଦିଗରେ ନିଜ ଆଲେଖ୍ୟ ପାଇଁ ପରଂବ୍ରହ୍ମଙ୍କୁ ଏହି ଜାତୀୟ ସମ୍ମାନ ମିଳିଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ଟେଲିଭିଜନ ତାରକା ରେଣୁକା ଶାହାଣେ ଓ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସାମ୍ବାଦିକ ଭାବେ ନିଜ ପେଶାଦାର ଜୀବନ ଆରମ୍ଭ କରିଥିବା ପରଂବ୍ରହ୍ମ ବିଗତ ଏକ ଦଶଂଧିରୁ ଉର୍ଦ୍ଧ୍ୱ ସମୟ ଧରି ଜଣେ ଉନ୍ନୟନମୂଳକ ଯୋଗାଯୋଗ ପେଶାଦାର ଭାବେ ବିବିସି, ଲ୍ୟାଣ୍ଡିସା, ଚିକାଗୋ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ସହ କାମ କରି ଆସୁଛନ୍ତି । ଜଣେ ସ୍ତମ୍ଭକାର ଓ ପ୍ରାବନ୍ଧିକ ଭାବେ ସେ ଏକାଧିକ ସମ୍ନାନଜନକ ପୁରସ୍କାର ପାଇଛନ୍ତି ।

ସେ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ କୈଳାସ ତ୍ରିପାଠୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆହ୍ଲାଦ ମୋହିନୀ ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଏହି ପୁରସ୍କାର ପାଇଁ ସେ ନିଜ ଓଡିଶା ରିପୋର୍ଟରର କର୍ତ୍ତ୍ତୃପକ୍ଷ ଓ ଏହାର ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର ପୃଷ୍ଟିଙ୍କୁ ନିଜ ଆନ୍ତରିକ କୃତଜ୍ଞତା ଜଣେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: