ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶକୁ ମାନୁନାହାନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀ ଇନସ୍ପେକ୍ଟର ମାନସ କୁମାର ସ୍ୱାଇଁ । ଗତ ୧୨ ନଭେମ୍ବରରେ କମିଶନରେଟ୍ ପୋଲିସ ପକ୍ଷରୁ ବଦଳି ନେଇ ନୋଟିସ୍ ଆସିଥିଲେ ମଧ୍ୟ ନା ସେ ମଞ୍ଚଶ୍ୱର ଥାନାରୁ ଦାୟିତ୍ୱ ହସ୍ତାନ୍ତର କରୁଛନ୍ତି ନା ନିର୍ଦ୍ଦେଶନାମା ଅନୁସାରେ କମିଶନରେଟ୍ ମୁଖ୍ୟାଳୟକୁ ବଦଳି ହୋଇ ଦାୟିତ୍ୱ ଗ୍ରହଣ କରୁଛନ୍ତି ।
ଏହାରି ମଧ୍ୟରେ ଖବର ଆସୁଛି ଯେ, ଜଣେ କ୍ଷମତାସଂପନ୍ନ ବିଜେପି ନେତାଙ୍କୁ ସଂପୃକ୍ତ ଇନସ୍ପେକ୍ଟର କୁଆଡ଼େ ଚାପ ପକାଉଛନ୍ତି ବଦଳି ରୋକିବାକୁ । କାହିଁକି, ଏହାର ଉତ୍ତର ଆମକୁ ଜଣାନଥିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ କାରଣ ଓ ସୁଖ ସୁବିଧା ପାଇ ତାହାକୁ ଅଭ୍ୟାସରେ ପରିଣତ କରିଥିବାରୁ ମଞ୍ଚେଶ୍ୱର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଥାନା ନ ଛାଡ଼ିବାକୁ କୁଆଡ଼େ ଥାନା ଅଧିକାରୀ ମାନସ କୁମାର ସ୍ୱାଇଁ ଜିଦ୍ ଧରି ବସିଛନ୍ତି ।
ପୋଲିସ କମିଶନରେଟ୍ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ସପ୍ତାହେ ପୁରି ସାରିଥିବା ବେଳେ ଏ ଯାଏ କାହିଁକି ସେ ସରକାରୀ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ତାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ତେବେ ଏ ନେଇ ସଂପୃକ୍ତ ଥାନା ଅଧିକାରୀଙ୍କ ଏନେଇ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
0 Comments