ଭୁବନେଶ୍ୱର: ଆଜି ବିଶ୍ୱ ମହିଳା ଦିବସ ଅବସରରେ ଭୁବନେଶ୍ୱରର ଆଲିଶା ଫାଉଣ୍ଡେସନ ପକ୍ଷରୁ ସଚେତନତା ରାଲି ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇିଯାଇଛି । ଆଜି ସକାଳୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବତନ ଓଡ଼ିଶା ମହିଳା କମିଶନ ମୁଖ୍ୟ ଶ୍ରୀମତି ଲୋକାମୁଦ୍ରା ମହାନ୍ତି, ଅର୍ଗସ ଟିଭିର ସିଇଓ ଶ୍ରୀସଞ୍ଜୟ ଜେନା ସାମିଲ ହୋଇ ସଚେତନତା ରାଲିକୁ ଉଦଘାଟନ କରିଥିଲେ । ଏଥିରେ ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, କଣ୍ଠଶିଳ୍ପୀ ଅଭିନ୍ନ ସୁନ୍ଦର ରାଉତରାୟ, ଜୟଶ୍ରୀ ଧଳ, ସାମାଜିକ କର୍ମୀ ବୈଜୟନ୍ତୀ ଜେନା ସାମିଲ ହୋଇଥିଲେ ।

ବହୁ ସଂଖ୍ୟାରେ ମହିଳା, ପୁରୁଷ ଯୁବବର୍ଗ ସାମିଲ ହୋଇଥିଲେ । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିବା ବାର୍ତ୍ତା – ” ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ” ସହ ନାରୀଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖିବା ବାର୍ତ୍ତା ନେଇ ରାଲି ଆୟୋଜିତ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଫାଉଣ୍ଡେସନର ଅଧ୍ୟକ୍ଷା ଅନ୍ନଦା ପ୍ରଭା ରାୟ ।

ସଚେତନତା ରାଲି ଆୟୋଜନ ପରେ ”ଭଏସ ଫର୍ ଜଷ୍ଟିସ” ଶୀର୍ଷକ ଆଲୋଚନା ଚକ୍ରରେ ଆମନ୍ତ୍ରୀତ ଅତିଥୀ ଗଣ ନିଜ ନିଜ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଏଲଏନ ଇଣ୍ଡଟେକ ସର୍ଭିସେସ ପ୍ରାଇଭେଟ ଲିମିଟେଡର ଡକ୍ଟର ସୁଭାଷ ଚନ୍ଦ୍ର ମଲ୍ଲିକ, ରାଜ୍ୟ ସଂଯୋଜକ, ଯୁବ ମୋର୍ଚ୍ଚା, ଆର୍ଟିଷ୍ଟ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିଜ୍ ପ୍ରଶାନ୍ତ କୁମାର ନାୟକ, କଳିଙ୍ଗ ହସ୍ପିଟାଲର କଣ୍ଟ୍ରୋଲର ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ଅଲ୍ ଇଣ୍ଡିଆ କନଜ୍ୟୁମର ୱେଲଫେୟାର କାଉନସିଲ ଓଡ଼ିଶାର ସଭାପତି ଶ୍ରୀମତି ସ୍ନେହାମୟୀ ଆଚାର୍ଯ୍ୟ, ଅଲ୍ ଓଡ଼ିଶା ନାରୀ ସୁରକ୍ଷା ମୋର୍ଚ୍ଚାର ସଭାନେତ୍ରୀ ବିଜୟ ଲକ୍ଷ୍ମୀ ତ୍ରିପାଠୀ, ଯୁବ ଲେଖିକା, ଏଣ୍ଟରପ୍ରେନିୟର ତଥା ସୋସିଆଲ ମିଡିଆ ଅନଫ୍ଳୁଏନ୍ସର ମିସ୍ ବନସ୍ମିତା ପତି, ଏନୱାଇପି ରାଜ୍ୟ ସଂଯୋଜକ ସୌମ୍ୟକାନ୍ତ ମହାପାତ୍ର, ସ୍ନିଗ୍ଧା କଲଚୁରାଲ ଏକାଡେମୀର ପ୍ରତିଷ୍ଠାତା ଶ୍ରୀମତି ବିଚିତ୍ରା ରଥ ଆଜିର ନାରୀ ସାମ୍ନା କରୁଥିବା ସମସ୍ୟା , ନ୍ୟାୟିକ ଲଢ଼େଇରେ ବିଳମ୍ବ ଏବଂ ଘରୋଇ ହିଂସାରୁ ମୁକ୍ତି ଆଦି ସମସ୍ୟା ସମ୍ପର୍କରେ ଆଲୋ଼କପାତ କରିବା ସହ ଭଏସ ଫର୍ ଜଷ୍ଟିସର ସାରମର୍ମ ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଭିନନ୍ଦନ ଦାସ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଫଟୋ ସାମ୍ବାଦିକ ବିଶ୍ୱରଞ୍ଜନ ମିଶ୍ର ।

କାର୍ଯ୍ୟକ୍ରମ ଅବସରରେ ସମାଜପ୍ରତି ନିଜର ଯୋଗଦାନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନାରୀ ନେତ୍ରୀ, ଯୁବ ସମାଜସେବୀ ଓ ବଦ୍ଧିଜୀବୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ ଓ ସାଧୁବାଦ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ନିଜ ଅଭିଭାଷଣ ରଖି ଆଜି ଦିନର ମହତ୍ତ୍ୱ ସେତେବେଳେ ସାର୍ଥକ ହେବ ଯେବେ ସରକାର ସ୍ୱାମୀ ପରିତ୍ୟାକ୍ତା, ବିଧବା, ଧୋକା ଓ ଯାତନା ତାଡନା ପାଇଥିବା ମହିଳାଙ୍କୁ ସେମାନଙ୍କୁ ଉଚିତ ନ୍ୟାୟ ଦେବ । ଏନେଇ ଏକ ଦାବି ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଏହାର ଅଧ୍ୟକ୍ଷ ଅନ୍ନଦା ପ୍ରଭା ରାୟ ସୂଚନା ଦେଇଛନ୍ତି ।
0 Comments