ରାଜଧାନୀରେ ମାତିଛନ୍ତି ଭୂ-ମାଫିଆ; ନିରିହ ଜମି ମାଲିକଙ୍କୁ କରୁଛନ୍ତି ହିନସ୍ତା

ରାଜଧାନୀରେ ମାତିଛନ୍ତି ଭୂ-ମାଫିଆ; ନିରିହ ଜମି ମାଲିକଙ୍କୁ କରୁଛନ୍ତି ହିନସ୍ତା

ଭୁବନେଶ୍ବର: କାହାକୁ ଡରାଇ ତ କାହାକୁ ପୁଣି ଧମକ ଚମକ ଦେଇ ମାରିଦେବାକୁ କହି ଜୋରଜବରଦସ୍ତି କରୁଛନ୍ତି ଜମି ମାଫିଆ । ଭୁବନେଶ୍ୱରରୁ ପ୍ରତିଦିନ ଜମି ଦଲାଲଙ୍କ ବିରୋଧରେ ବିଭିନ୍ନ ଥାନାକୁ ଅଭିଯୋଗ ଆସୁଥିବା ଖବରରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ଏଇ ଯେମିତି ନିକଟରେ ମଞ୍ଚେଶ୍ବର ପୋଲିସ ଥାନାରେ ଜଣେ ନିରିହ ଜମି ମାଲିକଙ୍କ ଜାଗାକୁ କବଜା କରିବାକୁ ଉଦ୍ୟମ କରିଛି ଜଣେ ଦଲାଲ ବିଲ୍ଡର । ରସୁଲଗଡ଼ ଅଞ୍ଚଳର ତପନ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତି ଏନେଇ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଯେ, ପାଣ୍ଡରା ମୌଜାରେ ଥିବା ପ୍ଲଟ ନମ୍ବର ୪୫୫୦ରେ ଥିବା ଘରକୁ ତାରୁଅ ମହାନ୍ତି ନାମକ ଜଣେ ବିଲ୍ଡର ଭାଙ୍ଗି ଦେଇଛି । ଘରର ପାଚେରୀ ସହ ଲାଟ୍ରିନ୍ ଘରକୁ ସମ୍ପୂର୍ଣ୍ଣ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିବା କଥା ଅଭିଯୋଗ କରିଛନ୍ତି ।

ତପନ କୁମାରଙ୍କ ଅଭିଯୋଗ ଅନୁସାରେ, ତାଙ୍କର ପ୍ଲଟ ଦଖଲ କରି ସେହି ବାଟରେ ସେ ରାସ୍ତା ନିର୍ମାଣ କରିବାକୁ ଚାହୁଁଛନ୍ତି । ସଂପୃକ୍ତ ବିଲଡରଙ୍କ କିଛି ଷ୍ଟାଫ୍ ଆସି ତାଙ୍କ ଘରକୁ କବଜା କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିଲେ ଏପରିକି ସେ ଖବର ପାଇ ଯେବେ ନିଜ ଘରକୁ ଆସିଲେ ସେତେବେଳେ ସଂପୃକ୍ତ ବ୍ୟକ୍ତିମାନେ ତାଙ୍କୁ ମଧ୍ୟ ଅସଭ୍ୟା ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଓ ଚେତାବନୀ ଦେଇଥିଲେ । ଯଦି ଭଲରେ ଭଲରେ ଘର ଖାଲି ନ କରେ ତେବେ ସେ ସମ୍ପୂର୍ଣ୍ଣ ଘରକୁ ଭାଙ୍ଗିଦେବ ବୋଲି କହିଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ ତପନ କୁମାର । ସେ ଏହା ବି କହିଛନ୍ତି ଯେ, ମୁଁ ମୋ ଘର ଛାଡ଼ିବି ନାହିଁ ବୋଲି କହିବାରୁ ମୋତେ ମାରିଦେବାକୁ ଧମକ ଦିଆଯାଥିବା କହିବା ସହ ସଙ୍ଗେ ସଙ୍ଗେ ପୋଲିସ ପିସିଆରକୁ ଫୋନ୍ କରି ଅବଗତ କରାଇଥିଲେ । ପୋଲିସ ପିସିଆର୍ ଭ୍ୟାନ୍ ଆସି ଉଦ୍ଧାର କରିଥିଲେ ବୋଲି ନିଜ ଏତଲାରେ ଦର୍ଶାଇଛନ୍ତି ତପନ କୁମାର । ଏଣୁ ଜୋରଜବରଦସ୍ତି କରି ଜମି ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ତରୁଅ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ଏତଲାରେ ଦର୍ଶାଇଛନ୍ତି ଅଭିଯୋଗକାରୀ ତପନ କୁମାର । ସେପଟେ ସଂପୂର୍ଣ୍ଣ ଅଭିଯୋଗ ଉପରେ ମଞ୍ଜେଶ୍ବର ଥାନା ଅଧିକାରୀ କିମ୍ବା ସଂପୃକ୍ତି ବିଲଡରଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: