କବିସୂର୍ଯ୍ୟଙ୍କ ପାଇଁ କୋଦଳାରୁ ଜନଜାଗରଣ କାର୍ଯ୍ୟକ୍ରମ

କବିସୂର୍ଯ୍ୟଙ୍କ ପାଇଁ କୋଦଳାରୁ ଜନଜାଗରଣ କାର୍ଯ୍ୟକ୍ରମ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ବାବା ଦଣ୍ଡେଶ୍ଵରଙ୍କ ମନ୍ଦିର ପରିସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଷ୍ଟଦୁର୍ଗ ଐତିହ୍ୟ ଓ ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମକୁ ଆଠଗଡ଼ ଅଞ୍ଚଳର ସମାଜସେବୀ ପ୍ରମୋଦ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଆଠଗଡ଼ କବିସୂର୍ଯ୍ୟ ବଳଦେବ ରଥଙ୍କ ସମାଧି ପୀଠରୁ ଆସିଥିବା ମଶାଲକୁ କୋଦଳାର ଉପ ନଗରପାଳ ଶ୍ରୀମତୀ ରଞ୍ଜିତ ସେଠୀ ଗ୍ରହଣ କରିଥିଲେ ।

କବିସୂର୍ଯ୍ୟଙ୍କ ମଶାଲକୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଭାସ୍ଥଳକୁ ନିଆଯାଇଥିଲା । କବିସୂର୍ଯ୍ୟନଗରର ଉପ ନଗରପାଳ ବିକ୍ରାନ୍ତ ସାହୁ, ପୁରାତନ ସାହିତ୍ୟ ସାଂସଦ ସଭାପତି ବଂଶୀଧର ସେଠୀ, ରସୁଲ ଦାସ, ସୂର୍ଯ୍ୟ ନାରାୟଣ ଦୋରା, ସିମଞ୍ଚଳ ମିଶ୍ର, ଡ. ସୁଶାନ୍ତ ସାହୁ, ରାମନାଥ ମାଝୀ, ଧରଣୀଧର ବେହେରା, ସୁବାସ ପ୍ରଧାନ, ଗୋଦାବରୀ ସାଥୁଆ ପ୍ରମୁଖ କବିସୂର୍ଯ୍ୟଙ୍କ ସମ୍ପର୍କିତ ମାଟି-ମଣିଷ ଓ ମାତୃଭାଷାର ଅଙ୍ଗୀକାର ବଦ୍ଧତା ନେଇ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟତଃ ଅଷ୍ଟଦୁର୍ଗ ମାଟିର ସ୍ବାଭିମାନ ଓ ଐତିହ୍ୟ ସୁରକ୍ଷା ସମ୍ପର୍କରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ଲୋକନୃତ୍ୟ ଗୁରୁ ରଙ୍ଗନିଧି ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶ୍ରୀ ଗଣେଶ ଯୁବକ ସଂଘର ସମ୍ପାଦକ ମନୋରଞ୍ଜନ ଡାକୁଆ, ରଜନୀ ସେଠୀ, ସୌଭାଗ୍ୟ ମିଶ୍ର, ସନ୍ତୋଷ ନାୟକ, ଭଗବାନ ସ୍ବାଇଁ, ଜିତେନ୍ଦ୍ର ପ୍ରଧାନ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଭୋଳ, ପବିତ୍ର ରାଉତ, ଆଠଗଡ଼ ସରପଞ୍ଚ ଆଦିତ୍ୟନାଥ ତ୍ରିପାଠୀ, ଜଗନ୍ନାଥ ପାଢ଼ୀ, ପ୍ରଫୁଲ୍ଲ ବେହେରା, ଉପମନ୍ୟୁ ଶତପଥୀ, ପ୍ରକାଶ ଚନ୍ଦ୍ର ପାତ୍ର, କବି ନନ୍ଦକିଶୋର ପ୍ରଧାନ, ସୁବାସ ସ୍ବାଇଁ, ହୃଷୀକେଶ ବେହେରା, ଅଜିତ କୁମାର ସାହୁ, ଉତ୍ତମ ନାୟକଙ୍କ ସହିତ ବହୁ ଶତାଧିକ ଆଠଗଡ ପ୍ରେମୀ ଏଥିରେ ଅଂଶଗ୍ରହଣ କରିଥିଲେ । କବିସୂର୍ଯ୍ୟଙ୍କ ପ୍ରତିଭା ଏବଂ ଅଷ୍ଟଦୁର୍ଗ ସଂସ୍କୃତିକୁ ଗଣାଭିମୁଖି କରିବା ନେଇ ଏକ ୨୫ ଜଣିଆ କମିଟି ପ୍ରମୋଦ ପଣ୍ଡାଙ୍କ ଆବାହକତ୍ୱରେ ଗଠିତ ହୋଇ କାର୍ଯ୍ୟକ୍ରମ ଜରୁରୀ ଭିତ୍ତିରେ ଆରମ୍ଭ କରିବା ପାଇଁ ସଭାରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଗଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: