ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ବଲାଙ୍ଗୀର: ବିଶିଷ୍ଟ ଶିକ୍ଷ୍ୟାବିତ, ସୁନାମଧନ୍ୟ ଜ୍ୟୋତିଷ ତଥା ସମାଜସେବୀ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ତାଙ୍କ ଜନ୍ମସ୍ଥାନ, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ତହସିଲ ଅଧିନସ୍ଥ ସିଙ୍ଘାଣିମୁଣ୍ଡା ଗ୍ରାମରେ ଅନାବରଣ ହୋଇଯାଇଛି। ଶ୍ରୀ ଗୁରୁ ନିଜ ପ୍ରଚେଷ୍ଟାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଅନେକ ସ୍କୁଲ ପ୍ରତିଷ୍ଠା କରି ଯାଇଛନ୍ତି । ବିଶେଷକରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ କାମ କରିଛନ୍ତି।

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଅନେକ ସଂସ୍କୃତ ଟୋଲ,(ସ୍କୁଲ) ପ୍ରତିଷ୍ଠା କରିଛନ୍ତି ଓ ବିଭିନ୍ନ ହାଇସ୍କୁଲ ରେ ବାଳ ବୋଧ, ପ୍ରବେଶିକା ଇତ୍ୟାଦି ସଂସ୍କୃତ ପରୀକ୍ଷା, ସଂସ୍କୃତ ପରିଷଦ ଦ୍ଵାରା କରିଛନ୍ତି। ଜଣେ ସରଳ, ଶାନ୍ତ ଓ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବରେ ସେ ପରିଚିତ। ବଲାଙ୍ଗୀର ର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରୁ ଅଧ୍ୟାପକ ଭାବରେ ଅବସର ନେବା ପରେ ନିଜ ଉଦ୍ୟମରେ ବଲାଙ୍ଗୀର ରେ ଗୋଟିଏ ସଂସ୍କୃତ ପିଜି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେଥିରୁ ଛାତ୍ର, ଛାତ୍ରୀମାନେ ଆଜି ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଛନ୍ତି।

ଆଜିର ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ବଲାଙ୍ଗୀର ର ବିଶିଷ୍ଟ ବିଜେପି ନେତା ଶ୍ରୀ ଗୋପାଳ ଜି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇଥିଲେ। ତାଙ୍କ ବଡ ପୁଅ ବମ୍ବେରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟରତ ଘଣ୍ଟେଶ୍ୱର ଗୁରୁ ସଭା ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଅନାବରଣ ହେବା ପରେ ବକ୍ତା ମାନେ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ବ୍ରାହ୍ମଣ ମହାସଭାର ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଶିଷ୍ଟ ବ୍ୟକ୍ତିମାନେ ତଥା ପରିବାରର ସଦସ୍ୟମାନେ ଏବଂ ସିଂହାଣୀମୁଣ୍ଡା ର ଅନେକ ଲୋକ ଯୋଗ ଦେଇଥିଲେ । ଶେଷରେ ତାଙ୍କ ସାନ ପୁଅ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: