ଡ. ବିଜୟଲକ୍ଷ୍ମୀ ମହାନ୍ତି ହେଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

ଡ. ବିଜୟଲକ୍ଷ୍ମୀ ମହାନ୍ତି ହେଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

ରାଇରଙ୍ଗପୁର, 5/3 – ରାଇରଙ୍ଗପୁରର ସୁକନ୍ୟା ତଥା କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା (ଡ.) ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କ ସଚିବାଳୟରେ ତାଙ୍କୁ ସମ୍ମାନଜନକ ଉପଦେଷ୍ଟା (ପରାମର୍ଶଦାତା) ପଦବୀରେ ଅବସ୍ଥାପିତ କରାଯାଇଛି । ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ରାଇରଙ୍ଗପୁର ସମେତ  ମୟୂରଭଞ୍ଜ ଏବଂ ସମଗ୍ର ରାଜ୍ୟର ପ୍ରଥମ ମହିଳା ହେବାର ଗୌରବ ଲାଭ କରିଛନ୍ତି ।

ଡ. ବିଜୟଲକ୍ଷ୍ମୀ ମହାନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ।ସେ ନିଜରଶୃଙ୍ଖଳିତ ଜୀବନ ଶୈଳୀ ଏବଂ ଲୋକସମ୍ପର୍କ ଦ୍ୱାରା ସବୁ ମହଲରେ ଆଦୃତ ହୋଇଥିବା ବେଳେ ଭାରତର ପଞ୍ଚଦଶ ରାଷ୍ଟ୍ରପତିଦ୍ରୌପଦୀ ମୂର୍ମୂଙ୍କଜୀବନୀଲେଖି ମଧ୍ୟ ବେଶ୍ ପ୍ରସିଦ୍ଧିଲାଭ କରିଛନ୍ତି ।ନିଜଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ତତ୍ତ୍ୱାବଧାନରେ ଏବଂ ପ୍ରଥମ ସଦସ୍ୟ ଭାବରେ ସେ ଓଡ଼ିଶାରକଟକରେ ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟସ୍ତରରେ ସେ ଜଣେଟପର୍ଥିବାବେଳେବିଶ୍ୱବିଦ୍ୟାଳୟସ୍ତରରେ ମଧ୍ୟସ୍ୱର୍ଣ୍ଣ ପଦକ ବିଜେତା ଥିଲେ । ଶିକ୍ଷା କ୍ଷେତ୍ରରେ ଦୀର୍ଘ ୨୩ ବର୍ଷରଅଭିଜ୍ଞତା ଥିବା  ଡ. ମହାନ୍ତି ବର୍ତ୍ତମାନ ଉକ୍ତବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ବିକାଶ କେନ୍ଦ୍ର (ଏଚଆରଡିସି) ମୁଖ୍ୟ, ଲୋକ ସମ୍ପର୍କ ଏବଂ ସାମାଜିକ ଯୋଗାଯୋଗ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଏଥିସହସେ ଶ୍ରୀ ଶ୍ରୀ ଆଡଭାନ୍ସଡ୍ଗ୍ଲୋବାଲ ସେଣ୍ଟର ଫର କନଫ୍ଲିକ୍ଟ ରିଜୋଲ୍ୟୁସନ ଆଣ୍ଡ ପିସ୍ ଷ୍ଟଡିଜର ନିର୍ଦ୍ଦେଶିକାମଧ୍ୟ ଅଛନ୍ତି । ସେ ୫୦ଟି ଗବେଷଣା ନିବନ୍ଧଏବଂ ତିନିଟି ପୁସ୍ତକ ରଚନା କରିଛନ୍ତି । ସେ ମଧ୍ୟ୨୦୦୫ ମସିହାରୁ “ଆର୍ଟ ଅଫ୍ ଲିଭିଂ”ଲାଇଫ୍ ସ୍କିଲ୍ସ ଆଣ୍ଡ ମେଡିଟେସନ୍ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି ଏବଂ ୧,୦୦,୦୦୦ ଘଣ୍ଟାର ପ୍ରଶିକ୍ଷଣ ଓ ଶିକ୍ଷାଦାନ ସମ୍ପୂର୍ଣ୍ଣକରିଛନ୍ତି।

ତେବେ ଡ. ମହାନ୍ତିଙ୍କ ସହ ଅନ୍ୟ ଛଅ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ସଚିବାଳୟରେ ଅବସ୍ଥାପିତ କରାଯାଇଛି ସେମାନେ ହେଲେ ଡ. ରାଜେନ୍ଦ୍ର ପ୍ରସାଦ ମିଶ୍ର (ଅତିରିକ୍ତ ବ୍ୟକ୍ତିଗତ ସଚିବ), ଅରବିନ୍ଦ କୁମାର ମାରାଣ୍ଡି (ମୁଖ୍ୟ ବ୍ୟକ୍ତିଗତ ସଚିବ), ସବିତାରାଣୀ ହେମ୍ବ୍ରମ (ମୁଖ୍ୟ ବ୍ୟକ୍ତିଗତ ସଚିବ), ବେନି ରାରାଣ୍ଡି (ସହକାରୀ ବ୍ୟକ୍ତିଗତ ସଚିବ), ବାଳକନାଥ ନାଏକ (ସହକାରୀ ବ୍ୟକ୍ତିଗତ ସଚିବ) ଏବଂ ମନୋଜ ବିଶ୍ୱାଳ (ବ୍ୟକ୍ତିଗତ ସହାୟକ) ପ୍ରମୁଖ ଏ ସମସ୍ତେ ଓଡ଼ିଆ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: