ନବୀନ ସ୍ୱାକ୍ଷରର ଆଉ ଏକ ସନ୍ତକ; ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ହେବ ୧ ନମ୍ବର

ନବୀନ ସ୍ୱାକ୍ଷରର ଆଉ ଏକ ସନ୍ତକ; ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ହେବ ୧ ନମ୍ବର

ଭୁବନେଶ୍ୱର: ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏସିଆ ମହାଦେଶରେ ଓଡ଼ିଶା ପାଇଁ ଏକ ନୂଆ ଡେଷ୍ଟିନେସନ୍ ବନାଇବା ପାଇଁ ପ୍ରୟାସ କରିଥିଲେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର । ନବୀନ ସରକାରର ସେହି ଉଦ୍ୟମ ଏବେ ସଫଳ ରୂପ ନେବାକୁ ଯାଉଛି । ଓଡ଼ିଶାରେ ସିଲିକନ୍ ଆଧାରିତ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଆଜି ଅର୍ଥାତ ସେପ୍ଟେମ୍ବର ୬ରେ ଭୁବନେଶ୍ୱରର ଇନଫୋଭ୍ୟାଲିରେ ଆର୍ ଆଇ ଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡର ଡିଭାଇସନ ମାନୁଫାକ୍ଚରିଂ ଫ୍ୟାସିଲିଟି ଆରମ୍ଭ ହେବ । ସେହିପରି ଆମେରିକା ସ୍ଥିତ ଚବ୍ ବିଜନେସ୍ ସର୍ଭିସେସ୍ ଲିମିଟେଡ୍, ଇଣ୍ଟିଗ୍ରେଓନ ମ୍ୟାନେଜଡ ସଲ୍ୟୁସନ, ବୋର୍ଣ୍ଣଟୋକ୍ ସଲ୍ୟୁସନ୍ସ, ସିକ୍ୟୋଡ୍ ସଫ୍ଟ ଟେକ୍ନୋଲଜିସ୍ ଭୁବନେଶ୍ୱରରେ ନିଜ ନିଜର କେନ୍ଦ୍ର ପ୍ରତିଷ୍ଠା କରିବେ ।

କେବଳ ଯେ, ଏହା ଭାରତ ନୁହେଁ ବରଂ ସମଗ୍ର ଏସିଆ ମହାଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ସ୍ୱପ୍ନ ଥିଲା । ଆଧୁନିକ ଯୁଗରେ ସେମିକଣ୍ଡକ୍ଟର ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭାରତ ବିଶ୍ୱର ବଡ଼ ବଡ଼ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି । ଏହି ସମସ୍ୟାର ସମାଧାନ ସହିତ ନୂଆ ଯୁଗ ନୂଆ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଥିଲେ । ଆମେରିକାର ସିଲିକନ୍ ଭ୍ୟାଲି ଠାରୁ ଆରମ୍ଭ କରି ଜାପାନ୍, ଦକ୍ଷିଣ କୋରିଆର ଉତ୍ପାଦକଙ୍କୁ ଓଡ଼ିଶାରେ କାରବାର ଆରମ୍ଭ କରିବା ପାଇଁ ନିମନ୍ତ୍ରଣ କରିବା ସହିତ ସବୁ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରିମାଣ ସ୍ୱରୂପ ଡଜନେରୁ ଅଧିକ ବିଶ୍ବସ୍ତରୀୟ କମ୍ପାନୀର ଓଡ଼ିଶାରେ ମାନୁଫାକ୍ଚୁରିଂ ଫ୍ୟାସଲିଟି ପ୍ରତିଷ୍ଠା ପାଇଁ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଏହା ପୂର୍ବରୁ ଓ-ଚିପ୍ କାର୍ଯ୍ୟକ୍ରମ ଆରମ୍ଭ ସହିତ ଓଡ଼ିଶା ସେମିକଣ୍ଡକ୍ଟର ନୀତି ପ୍ରଣୟନ କରିଥିଲେ ।

ସେମିକଣ୍ଡକ୍ଟର ଆତ୍ମନିର୍ଭରଶୀଳ ଓଡ଼ିଶା ଅଭିମୁଖେ ବଡ଼ ପଦକ୍ଷେପ ସ୍ୱରୂପ ଗତବର୍ଷ ନଭେମ୍ବର ମାସରେ ଓଡ଼ିଶଷା ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ତିନିଟି ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ବାକ୍ଷର କରିଥିଲା । ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ , ସିନୋପସିସ୍ ଏବଂ ଇକେକ୍ଟ୍ରୋନିକ୍ସ ଆଣ୍ଡ କମ୍ପ୍ୟୁଟର ସଫ୍ଟୱେୟାର ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ ସହିତ ରାଜ୍ୟ ସରକାର ବୁଝାମଣା ସ୍ୱାକ୍ଷର କରିଥିଲେ ।

ଏକଦା ଭୋକର ଭୂଗଳ ବୋଲାଉଥିବା ଓଡ଼ିଶା ଆଜି ସେମିକଣ୍ଡଟ୍କର ଏପବଂ ଟିପ୍ ଉତ୍ପାଦନ ପର୍ଯ୍ୟନ୍ତ ସଫଳ ଯାତ୍ରା ଯାଏ କୀର୍ତ୍ତିମାନ ସ୍ଥାପନ କରିଛି ତାହା ପଛରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷର ଏଥିରେ ବର୍ତ୍ତମାନର ମୋହନ ସରକାର ଦ୍ୱିମତ ଯେ ପ୍ରକାଶ କରିବେନାହିଁ ତାହା ନିଶ୍ଚିତ । ନବୀନ ସରକାର ସେତେବେଳେ ୨୦୦ କୋଟି ଟଙ୍କାର ଫାଣ୍ଠି ବ୍ୟବସ୍ଥା କରିଥିଲେ ଯାହାର ସୁଫଳ ଏବେ ଓଡ଼ିଶା ପାଇବାକୁ ଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: