ବିଦ୍ୟାର୍ଥୀଙ୍କ ପାଇଁ ଭରସାର ପ୍ରତୀକ ଓଡ଼ିଶାର ‘ଆକାଶ’

ବିଦ୍ୟାର୍ଥୀଙ୍କ ପାଇଁ ଭରସାର ପ୍ରତୀକ ଓଡ଼ିଶାର ‘ଆକାଶ’

ଭୁବନେଶ୍ୱର: ଦେଶର ପ୍ରମୁଖ ମେଡିକାଲ, ଆଇଆଇଟି ଏବଂ ଜେଇଇ କୋଚିଂ ସେଣ୍ଟର ଆକାଶ ଇନଷ୍ଟିଚ୍ୟୁଟ୍ ନିଜର କାୟା ବିସ୍ତାର କରୁଛି । ଗୁଣାତ୍ମକ ଶିକ୍ଷା ଏବଂ ବିଦ୍ୟାର୍ଥୀଙ୍କ ସ୍ବପ୍ନକୁ ସାକାର କରିବା ପାଇଂ ସ୍ୱପ୍ନ ଦେଖାଇ ଆକାଶକୁ ଉଡ଼ିଯିବାକୁ ଡେଣା ଦେଉଥିବା ଆକାଶ ଇନଷ୍ଟିଚ୍ୟୁଟ୍ ନିଜର ଅନ୍ୟ ଏକ ବ୍ରାଞ୍ଚ ଖଣ୍ଡଗିରିରେ ଶୁଭାରମ୍ଭ ହୋଇଛି । ଶ୍ରୀରାମ ନବମୀ ଅବସରରେ ଖଣ୍ଡଗିରି ଛକ ଜୁଡିଓ ସୋ ରୁମ୍ ନିକଟ ନୟନ ଟାୱାରର ଦ୍ୱିତୀୟ ମହଲାରେ ଏହାର କ୍ଲାସରୁମ୍ ଆରମ୍ଭ ହୋଇଛି । ନୂଆ କୋଚିଂ ସେଣ୍ଟରର ଶୁଭାରମ୍ଭ ଅବସରରେ ଏହାର ଭୁବନେଶ୍ୱର ମୁଖ୍ୟ ଅଭୟ ବାହାଦୁର ସିଂ କହିଛନ୍ତି ଯେ, ଆକାଶ ଓଡ଼ିଶା ପାଇଁ ଭରସାର ଅନୁଷ୍ଠାନ ଭାବେ ଉଭା ହୋଇଛି ।

ଦୀର୍ଘ ୨୦ ବର୍ଷ ଧରି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ବିଶ୍ବାସ ଓ ଭରସା ଜିତି ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଆଗକୁ ବଢୁଛି ଆକାଶ ଇନଷ୍ଟିଚ୍ୟୁଟ । ଏହି ଅବସରରେ ସେ କହିଛନ୍ତି ଯୁକ୍ତ ଦୁଇ ପରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପ୍ରବେଶିକା ପାଇଁ ଉତ୍ତମ ଓ ଗୁଣବତ୍ତା ଶିକ୍ଷା ପ୍ରଦାନ କରିଥାଏ । ଏହା ସହ ଷଷ୍ଠ ଶ୍ରେଣୀଠୁ ଛାତ୍ରଛାତ୍ରୀଙ୍କୁ ତୃମମୂଳ ସ୍ତରରୁ ଉଚ୍ଚତର ଶିକ୍ଷା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ବଦଳୁଥିବା ଭୁବନେଶ୍ବରର କାୟାକଳ୍ପକୁ ଦୃଷ୍ଟିରେ ରଖି ଖଣ୍ଡଗିରିରେ ଆକାଶର ଏକ ନୂଆ କୋଚିଂ ସେଣ୍ଟର ବ୍ରାଞ୍ଚ ଶୁଭାରମ୍ଭ କରାଯାଇଛି । ଛାତ୍ରଛାତ୍ରୀଙ୍କ ଯାତାୟତ ଓ ସୁବିଧା ପାଇଁ ଏହି ସେଣ୍ଟରର ପରିକଳ୍ପନା କରାଯାଇଥିବା କତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଖଣ୍ଡଗିରି ଭଳି ଲୁଇସ୍ ରୋଡରେ ମଧ୍ୟ ଆକାଶ ଇନଷ୍ଟିଚ୍ୟୁଟର ଆଉ ଏକ ବ୍ରାଞ୍ଚ ଖୋଲାଯାଉଛି ବୋଲି ମଧ୍ୟ ଆଜି ଖଣ୍ଡଗିରି ବ୍ରାଞ୍ଚର ଶୁଭାରମ୍ଭ ବେଳେ ସୂଚନା ଦିଆଯାଇଛି ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଂସ୍ଥା ପକ୍ଷରୁ ଏହା ଅନ୍ୟମାନଙ୍କ ଠାରୁ କାହିଁକି ଭିନ୍ନ ବୋଲି ଉତ୍ତର ଦିଆଯାଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏକ ନିର୍ଦ୍ଧିଷ୍ଟ ଇକୋସିଷ୍ଟମ ଜରିଆରେ ଏହା ପରିଚାଳନା ହୁଏ । ରେଜିଓନାଲ ଡାଇରେକ୍ଟର ହୁଅନ୍ତୁ କିମ୍ବା ସାଧାରଣ କର୍ମଚାରୀ ସମସ୍ତେ ଏକ ସିଷ୍ଟମରେ ହିଁ କାମ କରିବାକୁ ପଡ଼ିଥାଏ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ନିର୍ଦ୍ଦେଶକ ଅଭୟ ବାହାଦୁର ସିଂ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଅତ୍ୟାଧୁନିକ ଜ୍ଞାନସ କୌଶଳ ଏବଂ ଏଆଇ ପାୱାର୍ଡ ଇନଷ୍ଟିଚ୍ୟୁଟ୍ ଅଟେ । ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରଶ୍ନର ଉତ୍ତର ଦେବା ବେଳେ ବା ଖୋଜିବା ବେଳେ ଯଦି କୌଣସି ସମସ୍ୟା ଦେଖାଦିଏ ତେବେ ଏଆଇ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବଦଳରେ ୧୦ଟି ପ୍ରଶ୍ନ ପଚାରିଥାଏ ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ଭଲ ହୁଏ ।

ଆକାଶ ଇନଷ୍ଟିଚ୍ୟୁଟ ବର୍ତ୍ତମାନ ସାରା ଦେଶରେ ୩ଶହରୁ ଅଧିକ ସେଣ୍ଟର ଜରିଆରେ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ- ଆଡଭାନ୍ସ, ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ କରୁଛି । ଏହି ତିନି ଶହ ସେଣ୍ଟରରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ଦୃଷ୍ଟି ଦେଇ ସେ ଅନୁସାରେ ଶିକ୍ଷାଦାନ କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗଳୁରୁ ଭଳି ଓଡ଼ିଶାର ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଆକାଶ ଇନଷ୍ଟିଚ୍ୟୁଟ୍ ଏକମାତ୍ର ବିକଳ୍ପ ହୋଇଛି ଏବଂ ଆଗକୁ ମଧ୍ୟ ଏହା ନିଜର ମାନଦଣ୍ଡ ବଜାୟ ରଖିବ ବୋଲି ସଂସ୍ଥା ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ।

ଖଣ୍ଡଗିରି ବ୍ରାଞ୍ଚର ଶୁଭାରମ୍ଭ ଅବସରରେ ଉପସ୍ଥିତ ରହି ସଂସ୍ଥାର ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ଆଇଏଏସ ଶ୍ରୀଗଙ୍ଗାଧର ନାୟକ, ଏମଡି ଓଡ଼ିଶା ହାଉସିଂ ବୋର୍ଡ , ସ୍ୱତନ୍ତ୍ର ସଚିବ ହାଉସିଂ ଏଣ୍ଡ ଅର୍ବାନ ଡେଭଲପମେଣ୍ଟ । ଆକାଶ ଇନଷ୍ଟିଚ୍ୟୁଟ ସର୍ଭିସେସ ଲିମିଟେଡର ଆଞ୍ଚଳିକ ମୁଖ୍ୟ ଶ୍ରୀ ଯୁକ୍ତ ଅଜୟ ବାହାଦୁର ସିଂ, ସମ୍ମାନୀୟ ଅତିଥୀ ଡକ୍ଚର ବିଭୂଦତ୍ତ ଆଚାରୀ, ଜଏଣ୍ଟ ଡାଇରେକ୍ଟର MDFARM, ଷ୍ଟେଟ ସିଭିଲ ସର୍ଭିସ ଟ୍ରେନିଂ ସେଣ୍ଟର । ଏହି ଅବସରରେ ଉପସ୍ଥିତ ରହି ଆକାଶ କାହିଁକି ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ଏହା ଉପରେ ବିଷ୍ଦ ଭାବେ ଆଲୋଚନା କରିଥିଲେ ଏହାର ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ସୁବ୍ରତ ଛାଟୋଇ, ପ୍ରଭାତ କୁମାର ଛାଟୋଇ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: