ପରଲୋକରେ କବିସୂର୍ଯ୍ୟନଗର ଅଞ୍ଚଳର ବର୍ଷିୟାନ ରାଜନେତା କେଶବ ପ୍ରଧାନ

ପରଲୋକରେ କବିସୂର୍ଯ୍ୟନଗର ଅଞ୍ଚଳର ବର୍ଷିୟାନ ରାଜନେତା କେଶବ ପ୍ରଧାନ

କବିସୂର୍ଯ୍ୟନଗର/ଭୁବନେଶ୍ୱର: ପରଲୋକରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବୁଢାଆମ୍ବ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେଡି ନେତା କେଶବ ଚନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟଗତ କାରଣରୁ ସେ କିଛି ଦିନ ପାଇଁ ଚିକିତ୍ସିତ ହେଉଥିଲେ । ସେପ୍ଟେମ୍ବର ୧୨ ତାରିଖରେ ତାଙ୍କର ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମରଶରୀର ବୁଢ଼ାମ୍ବରେ ପହଞ୍ଚିବା ପରେ ତାଙ୍କ ଶୁଭେଚ୍ଛ , ଆତ୍ମୀୟ ଓ ସମ୍ପର୍କୀୟ ଅନ୍ତିମ ଦର୍ଶନ ସହ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ଥାନୀୟ ବିଜେଡି ନେତା ପ୍ରମୋଦ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦିବଗଂତ ଆତ୍ମାର ସଦଗତି କାମନା କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ବୁଢ଼ାଆମ୍ବ ସରପଞ୍ଚ ପ୍ରତିନିଧି ଯଜ୍ଞ ପ୍ରସାଦ ପଣ୍ଡା, ଆଠଗଡ ସରପଞ୍ଚ ପ୍ରତିନିଧି ଆଦିତ୍ୟ ନାଥ ତ୍ରିପାଠୀ, ବଜେନ୍ଦ୍ର ପ୍ରଧାନ, ଚନ୍ଦ୍ର ଶେଖର ପ୍ରଧାନ ସହ ହଜାର ହଜାର ଶୁଭେଛୁ ଉପସ୍ଥିତ ଥିଲେ l

ପରଲୋକରେ କେଶବ ପ୍ରଧାନ

ସ୍ୱର୍ଗତ ପ୍ରଧାନ ଜଣେ ସ୍ନେହୀ, ଉଦାରବାଦୀ ଓ ବନ୍ଧୁ ବତ୍ସଳ ରାଜନେତା ତଥା ସମାଜସେବୀ ଥିଲେ । ସ୍ୱର୍ଗତ ପ୍ରଧାନଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ ଜଣେ ମୁରବୀଙ୍କୁ ହରାଇଲେ ବୋଲି ମତ ପ୍ରକାଶ ପାଇଛି । ତାଙ୍କର ଅନ୍ତିମ ଯାତ୍ରାରେ ସୁସଜିତ ରଥ ସହ ପାଟୁଆରର ଆୟୋଜନ କରାଯାଇଥିଲା । ବୁଢ଼ାଆମ୍ବ ଶ୍ମଶାନରେ ତାଙ୍କ ଶେଷ କୃତ ସମ୍ପନ୍ନ ହୋଇଥିଲା lମୃତ୍ୟୁ ଶରୀର ପାଖରେ ଦୁଇ ପୁଅ ସହ ଦୁଇ ପୁତ୍ର ବଧୂ ଉପସ୍ଥିତ ଥିଲେ l

0 Comments

Leave Your Comment

Your email address will not be published. Required fields are marked *

%d bloggers like this: