ନାଟୋକୁ  ନେଇ ଏଭଳି କହିଲେ ଜେଲେନସ୍କି

ନାଟୋକୁ ନେଇ ଏଭଳି କହିଲେ ଜେଲେନସ୍କି

ପ୍ରିଜମ ନ୍ଯୁଜ ବ୍ଯୁରୋ : ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ଲଢ଼େଇ । ରୁଷ୍ ଜୋରଦାର ହମଲା କରୁଛି । ଶକ୍ତିଶାଳୀ ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ୟୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ ଉପରେ ଆସନ୍ତୋଷ ଜାହିର କରି ସଫା ସଫା ଶୁଣାଇଛନ୍ତି । ଜେଲେନସ୍କି କହିଛନ୍ତି, ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ରୁଷକୁ ଡରୁଛି ।ଜେଲେନସ୍କି କହିଛନ୍ତି, ଏବେ ସମୟ ଆସିଛି ନାଟୋ ଆମକୁ ସ୍ୱୀକାର କରୁଛି ବୋଲି କହିବାକୁ ପଡ଼ିବ । ନହେଲେ ଖୋଲାଖୋଲି କହୁ ଯେ ଆମକୁ ନାଟୋରେ ସାମିଲ କରିବ ନାହିଁ । କାରଣ ରୁଷକୁ ଭୟ କରୁଛି ନାଟୋ । ଏକଥା ସ୍ପଷ୍ଟ କଲେ ୟୁକ୍ରେନ୍ ନିଶ୍ଚିତ ହୋଇ କହିପାରିବ ଯେ, ନାଟୋର କିଛି ସଦସ୍ୟ ରାଷ୍ଟ୍ର ଅଛନ୍ତି ଯେଉଁମାନେ ବିନା ସଦସ୍ୟତାରେ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିପାରିବେ ।ସେହିପରି ଜେଲେନସ୍କି କହିଛନ୍ତି, ରୁଷର ଅୱଟିମେଟମକୁ ସ୍ୱୀକାର କରିବେ ନାହିଁ । ଏମିତି କେବେ ହେବନି । ଆମ ଦେଶର ଲୋକଙ୍କୁ ରୁଷ୍ ହତ୍ୟା କରିବା ପରେ ତାର ଅଲଟିମେଟର୍ କେବେ ସ୍ୱୀକାର କରାଯାଇ ପାରିବ ନାହିଁ । ପୁଟିନଙ୍କ ସହ କଥାବାର୍ତ୍ତା କରିବା ଉପରେ ଜୋର ଦେଇଛନ୍ତି ଜେଲେନସ୍କି ।ରୁଷ୍ କିଭ୍, ଖାରକିଭ୍ ଓ ମାରିୟୁପୋଲକୁ ମାଗୁଛନ୍ତି । କିନ୍ତୁ ସେଠାକାର ଲୋକ ସେମିତି କରିବାକୁ ଦେବେ ନାହିଁ । ରୁଷ ଏସବୁ ସହରର ଲୋକଙ୍କୁ ହତ୍ୟା କରିବା ପରେ କବଜା କରିପାରିବ । ସହରକୁ ଖାଲି କରି ନିଜ ଦଖଲରେ ନେବ ବୋଲି ଜେଲେନସ୍କି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: