ୟାମିଙ୍କ ଇନଷ୍ଟାଗ୍ରାମ ହ୍ୟାକ

ୟାମିଙ୍କ ଇନଷ୍ଟାଗ୍ରାମ ହ୍ୟାକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ପାହାଡୀ କନ୍ଯା ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆଂକାଉଟ ହ୍ୟାକ ହୋଇଛି । ସେ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୋ ଆକାଂଉଟ ହ୍ୟାକ ହୋଇଥିବାରୁ ଆପଣମାନେ ଏହାର ଗତିବିଧି ଉପରେ ନଜର ରଖିଥିବେ ବୋଲି ସେ ପ୍ରଶଂସକମାନଙ୍କୁ କହିଛନ୍ତି । ଟେକ୍ନିକାଲ ଟିମ ଖୁବ ଶୀଘ୍ର ଏହି ସମସ୍ୟା ଦୂର କରିବେ ବୋଲି ସେ କହିଛନ୍ତି । ୟାମିଙ୍କ ଇନଷ୍ଟାଗ୍ରାମରେ ୧୫ ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି ।ତାଙ୍କର ଆଗାମୀ ଫିଲ୍ମ ଦଶୱି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଅଭିଷେକ ବଚ୍ଚନଙ୍କ ସହ ତାଙ୍କର ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ । ଏହା ପରେ ସେ ଓଃ ମାଇ ଗଡ ୨ ଓ ଲାଷ୍ଟ ଫିଲ୍ମରେ ବ୍ୟସ୍ତ ରହିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: