କବରସ୍ଥାନ ଦେଖିବା ପାଇଁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ

କବରସ୍ଥାନ ଦେଖିବା ପାଇଁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ

ପ୍ରିଜମ ନ୍ୟୁଜ ବ୍ୟୁରୋ: କବରସ୍ଥାନ ହେଉଛି ଏକ ଏମିତି ସ୍ଥାନ ଯେଉଁଠାରେ ମୃତ ଲୋକଙ୍କୁ ସମାଧି ଦିଆଯାଏ। ଏଠାକୁ ଯିବାପାଇଁ ଲୋକ ଡରନ୍ତି ମଧ୍ୟ। ସାଧାରଣତଃ ଲୋକମାନେ ଶ୍ମଶାନକୁ ବା କବରସ୍ଥାନକୁ ଆସନ୍ତି ନିଜର ଲୋକ ମରିଗଲେ , ତାଙ୍କର ଅନ୍ତିମ ସଂସ୍କାର ପାଇଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଶ୍ମଶାନ ଅଛି, ଯେଉଁଠାକୁ ଦୂରଦୂରାନ୍ତରୁ ଲୋକମାନେ ବୁଲିବା ପାଇଁ ଆସନ୍ତି। ଏହାକୁ ବିଶ୍ଵର ସବୁଠୁ ସୁନ୍ଦର କବରସ୍ଥାନ କୁହାଯାଏ ଏହି ଅଦ୍ଭୁତ କବରସ୍ଥାନ ରୋମାନିଆର ମାରା ମାରୋଶରେ ଅଛି, ଯାହାକୁ ଲୋକମାନେ ମେରି ସିମେଟ୍ରି ନାମରେ ଜାଣନ୍ତି।

ଏହି କବରସ୍ଥାନରେ ଥିବା ପ୍ରତ୍ୟେକ କବରରେ ବିଭିନ୍ନ ପ୍ରକାରର ଚିତ୍ର ନିର୍ମିତ ହୋଇଛି, ଯାହା ସେଗୁଡ଼ିକର ଏକ ଭିନ୍ନ କାହାଣୀ କହିଥାଏ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଥିବା ପ୍ରତ୍ୟେକ କବର ଉପରେ ରହିଥିବା ରଙ୍ଗୀନ ପଥର ଉପରେ, ସେହି ବ୍ୟକ୍ତିଙ୍କ ଜୀବନ କାହାଣୀ ଲେଖାଯାଇଛି । ଏହା ସହିତ ପଥରରେ ମୃତ ଲୋକମାନଙ୍କର ଚିତ୍ର ମଧ୍ୟ ତିଆରି କରାଯାଇଛି।ଏହି କବରସ୍ଥାନକୁ ଆସିବା ପରେ, ଆପଣ କବରରେ ପୋତି ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସବୁକିଛି ଜାଣିପାରିବେ। ତାଙ୍କ ମୃତ୍ୟୁର କାରଣ କ’ଣ, ସେ କେଉଁ କାମ କରୁଥିଲେ, ଅର୍ଥାତ୍ ତାଙ୍କର ବୃତ୍ତି କ’ଣ ଥିଲା ଏହିଭଳି ସବୁ କିଛି।ମାରା ମାରୋଶ ଗାଁର କଳାକାର ଷ୍ଟାନ୍ ଆଇନ୍ ପାଟ୍ରାସ୍ ଏହି ଅଦ୍ଭୁତ ବା ସୁନ୍ଦର ଶ୍ମଶାନର କଳ୍ପନା କରିଥିଲେ। ସେ ଏହି କବରସ୍ଥାନର ରୂପକୁ ଏପରି ଢ଼ଙ୍ଗରେ ବଦଳାଇଲେ ଯେ ବର୍ତ୍ତମାନ ଲୋକମାନେ ଏହାକୁ ଦେଖିବା ପାଇଁ ବହୁ ଦୂରଦୁରନ୍ତରୁ ଆସୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: