ଦୁନିଆର ସବୁଠୁ ମହଙ୍ଗା ଜେଲ୍, ଗୋଟିଏ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା

ଦୁନିଆର ସବୁଠୁ ମହଙ୍ଗା ଜେଲ୍, ଗୋଟିଏ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜେଲର କଥା ପଦୂପଡୁ ସଭିଙ୍କ ମନରେ ଗୋଟିଏ ଭୟ ଆସିଯାଏ। ସେଠାକା ପରିବେଶ, ଖାଦ୍ୟପେୟ, କଠୋର କାମ ବିଷୟରେ ଶୁଣି କେହିବି ସ୍ୱପ୍ନର ଜେଲ୍ ଯିବା କଥା ଭାବିବ ନାହିଁ କିନ୍ତୁ କ୍ୟୁବାରେ ଏପରି ଏକ ଜେଲ ଅଛି। ଯେଉଁଠାରେ ରହିବା ମଧ୍ୟ ଭାଗ୍ୟର କଥା ବୋଲି କୁହାଯାଏ।କାରଣ ଏଠାରେ କେବଳ ଜଣେ କଏଦୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଜେଲଟି ଦୁନିଆର ସବୁଠାରୁ ମହଙ୍ଗା ଜେଲ ଭାବେ ବିବେଚନା କରାଯାଏ। ଏଠାରେ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଅପରାଧୀ ରୁହନ୍ତି।


ଏହି ଜେଲଟିର ନାମ ହେଉଛି ଗୁଆଁନ୍ତାନମୋ। ଗୁଆଁନ୍ତାନମୋ ଉପକୂଳରେ ସ୍ଥାନଟି ରହୁଥିବା କାରଣରୁ ତାହାର ନାମ ଏପରି ହୋଇଛି। ଖବର ଅନୁଯାୟୀ ବର୍ତ୍ତମାନ ଏହି ଜେଲରେ ୪୦ ଜଣ କଏଦୀ ଅଛନ୍ତି ଏବଂ ପ୍ରତ୍ୟେକ କଏଦୀଙ୍କ ପାଇଁ ବାର୍ଷିକ ପ୍ରାୟ ୯୩ କୋଟି ଟଙ୍କା ଖର୍ଚ୍ଚ ହେଉଛି।
ଗୁଆଁନ୍ତାନମୋ ଜେଲରେ ପ୍ରାୟ ୧୮୦୦ ସୈନିକ ମୁତୟନ ହୋଇଛନ୍ତି। କେବଳ ଜଣେ କଏଦୀଙ୍କ ପାଇଁ ପ୍ରାୟ ୪୫ ସୈନିକ ନିୟୋଜିତ ଅଛନ୍ତି। ଜେଲରେ ସୁରକ୍ଷା ପାଇଁ ନିୟୋଜିତ ସୈନିକମାନଙ୍କ ପାଇଁ ପ୍ରତିବର୍ଷ ପ୍ରାୟ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଆପଣ ଭାବୁଥିବେ ଏହି ଜେଲରେ ବନ୍ଦୀମାନଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି?ଏଠାରେ ଏହିପରି ଅନେକ ଅପରାଧୀଙ୍କୁ ରଖାଯାଇଛି, ଯେଉଁମାନେ କି ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି, ଏବଂ ବଡବଡ ଅପରାଧ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ମଧ୍ୟ ଏହି ଜେଲରେ ରହିଛି।
ଏହି ଜେଲରେ ୩ ଟି କୋଠା, ଦୁଇଟି ଗୁପ୍ତଚର ମୁଖ୍ୟାଳୟ ଏବଂ ତିନୋଟି ଡାକ୍ତରଖାନା ରହିଛି। ଏହା ବ୍ୟତୀତ ଏଠାରେ ଓକିଲମାନଙ୍କ ପାଇଁ ପୃଥକ କମ୍ପାଉଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ସହ କଥାବାର୍ତ୍ତା କରିପାରିବେ। ଏଠାରେ ଷ୍ଟାଫ୍ କଏଦୀମାନଙ୍କ ପାଇଁ ଚର୍ଚ୍ଚ ଏବଂ ସିନେମାର ମଧ୍ୟ ବ୍ୟବସ୍ଥା ରହିଛି।ଅନ୍ୟ କଏଦୀମାନଙ୍କ ଖାଇବା ବ୍ୟବସ୍ଥା ସହ ଜିମ୍ ଏବଂ ପ୍ଲେ ଷ୍ଟେସନ୍ ମଧ୍ୟ ନିର୍ମାଣ ରହିଛି। ଏହାପୂର୍ବରୁ ଗୁଆଁନ୍ତାନମୋରେ ଆମେରିକାର ନୌସେନା ବେସ ଥିଲା, କିନ୍ତୁ ପରେ ଏହାକୁ ଏକ ଡ଼ିଁଟେଶନ ସେଣ୍ଟର୍ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ଏଠାରେ ଏକ କମ୍ପାଉଣ୍ଡ ନିର୍ମାଣ କରିଥିଲେ ଯେଉଁଠାରେ ଆତଙ୍କବାଦୀଙ୍କୁ ରଖାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: