ୱାଣ୍ଡର ୱାର୍ଲଡ୍ ୱାଟର୍ ପାର୍କ: ରାଜ୍ୟ ପର୍ଯ୍ୟଟନର ଟ୍ରମ୍ପ୍ କାର୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଦେଶରେ ଜଳକ୍ରୀଡ଼ା। ଫୁଲ ଫ୍ୟାମିଲି ପ୍ୟାକେଜ୍। ଦକ୍ଷିଣ ଭାରତର ତଥା ଓଡ଼ିଶାର ସର୍ବବୃହତ୍ ୱାଟର୍ ପାର୍କ ଖୁବଶୀଘ୍ର ଖୋଲିବାକୁ ଯାଉଛି। କୋରୋନା ଯୋଗୁ ପୁରୀ ମାଳତୀପାଟପୁର ସ୍ଥିତ ୱାଣ୍ଡର ୱାର୍ଲଡ୍ ୱାଟର୍ ପାର୍କ ବର୍ଷେ ହେବ ବନ୍ଦ ରହିଛି। କିନ୍ତୁ ଏହି ଲକଡାଉନ ସମୟରେ ପାର୍କଟି ଢେର୍ ବିକଶିତ ହୋଇସାରିଛି। ଆଉ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି। ପୁଣି ଏଠାକୁ ପାଣିର ମଜା ଫେରୁଛି। ପର୍ଯ୍ୟଟକମାନେ ପୁଣି ଥରେ କରିବେ ଫୁଲ୍ ପ୍ୟାକ୍ଡ ମସ୍ତି। ପୁରୀ ନିକଟ ମାଳତୀପାଟପୁରଠାରୁ ୪ କିଲୋମିଟର ଦୂରରେ ରହିଛି ୱାଣ୍ଡର ୱାର୍ଲଡ୍ ୱାଟର୍ ପାର୍କ। ପ୍ରାୟ ୨୨ ଏକର ଜମିରେ ନିର୍ମିତ ୱାଟର୍ ପାର୍କରେ ରହିଛି ବିସ୍ତିର୍ଣ୍ଣ ଗ୍ରୀନେରୀ। ଡିଜାଇନ ଗଛ ଓ ସଜଫୁଲରେ ସଜେଇ ହୋଇଥିବା ପାର୍କରେ ଇକୋ ରିଟ୍ରିଟ୍ ଢାଞ୍ଚାରେ ନିର୍ମାଣ ହୋଇଛି ତମ୍ବୁଘର। ସେହିପରି ଆବାଳବୃଦ୍ଧବନିତାଙ୍କ ପାଇଁ ଜଳକ୍ରୀଡ଼ା କରିବାକୁ ରହିଛି କିଟ୍ ପୁଲ, ଫ୍ଯାମିଲି ପୁଲ, ୱେଭ୍ ପୁଲ, ଲ୍ୟାଣ୍ଡ ପୁଲ, ରେନ୍ ଡ୍ୟାନ୍ସ, ସେଣ୍ଟ୍ରାଲ ପୁଲ ସହ ରହିଛି ଅନେକ ଆକର୍ଷଣୀୟ ୟୁନିଟ୍। ତେବେ ପର୍ଯ୍ୟଟକଙ୍କୁ ଅଧିକ ମନୋରଞ୍ଜନର ଖୋରାକ୍ ଯୋଗାଇବାକୁ ୨୦ ଏକର ଜମିରେ ବୋଟିଂ ୟୁନିଟ୍ ଲାଗି ସ୍ପେଶାଲ୍ ଜଳାଶୟର ନିର୍ମାଣ କାର୍ଯ୍ୟ ଚାଲିଛି।

କେବଳ ଏତିକି ନୁହେଁ, ପାର୍କରେ ରହିଛନ୍ତି ବିରଳ ପ୍ରଜାତିର ହଂସ ଓ କୁକୁଡ଼ା। ରାଜ୍ୟର ଐତିହ୍ୟକୁ ମଧ୍ୟ ଏଠାରେ ସ୍ଥାନ ଦିଆଯାଇଛି। ୱାଟର୍ ପାର୍କ ଭିତରେ ହୋଟେଲ ପରି ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସୁଇଟ୍ ରୁମ୍ ସହ ରେସ୍ତୋରାଁ ମଧ୍ୟ ଅଛି, ଯେଉଁଠି ସୁସ୍ୱାଦୁ ହାଇଜେନିକ୍ ଖାଦ୍ୟ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ଅଛି। ବର୍ତ୍ତମାନ ଜଳକ୍ରୀଡ଼ା ବନ୍ଦ ଥିଲେ ସୁଦ୍ଧା ପାର୍କକୁ ଆସି ପର୍ଯ୍ୟଟକ ଭରପୁର ମଜା ନେଉଛନ୍ତି। ସୁନ୍ଦର ସିକ୍ୟୁରିଟି ବ୍ୟବସ୍ଥା ଥିବା ଏହି ପାର୍କରେ ଅଘଟଣ ରୋକିବାକୁ ଲାଇଫଗାର୍ଡ ମୁତୟନ ସହ ଫାଷ୍ଟଏଡ୍ ସେଣ୍ଟର ମଧ୍ୟ ରହିଛି। ତେବେ ଏସବୁ ଭିତରେ ୱାଟର୍ ପାର୍କର ନିର୍ଦ୍ଦେଶକ ନିରଞ୍ଜନ ପାତ୍ରଙ୍କ ଲକ୍ଷ୍ୟ ହେଲା, ପାର୍କକୁ ଆହୁରି ବିକଶିତ କରି ଡିଜନୀ ୱାର୍ଲ୍ଡ ଭଳି କରିବା। ଯେମିତି ଏହି ପାର୍କ ଦେଶର ଟପଟେନ୍ ପାର୍କ ମଧ୍ୟରେ ରହିବ ଓ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଟ୍ରମ୍ପ କାର୍ଡ ବନିବ। ପର୍ଯ୍ୟଟକଙ୍କୁ ସ୍ୱଳ୍ପ ଅର୍ଥରେ ସବୁ ସୁବିଧା ଯୋଗାଇବା ଓ ନିଯୁକ୍ତି ସୃଷ୍ଟି କରିବା ତାଙ୍କ ପାଇଁ ସବୁଠୁ ବଡ଼ ଲକ୍ଷ୍ୟ।

%d bloggers like this: