Toiletରେ ଡ୍ରିଙ୍କସ୍ ପ୍ରସ୍ତୁତ କଲେ ମହିଳା, ଅତିଥିଙ୍କୁ ଦେଲେ

Toiletରେ ଡ୍ରିଙ୍କସ୍ ପ୍ରସ୍ତୁତ କଲେ ମହିଳା, ଅତିଥିଙ୍କୁ ଦେଲେ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବେଳେବେଳେ କିଛି ଲୋକ ମଜା ନେବା ପାଇଁ ଏମିତି କିଛି କରି ବସନ୍ତି । ଯାହାକୁ ବିଶ୍ବାସ କରିବା ଅନ୍ୟମାନଙ୍କ ପକ୍ଷେ କଷ୍ଟକର ହୋଇପଡେ । ସେଭଳି ଏକ ବିଚିତ୍ର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ । ଏହି ଭିଡିଓଟି ଏକ ପାର୍ଟିର। ଯେଉଁଥିରେ ଜଣେ ମହିଳା ତାଙ୍କ ସାଙ୍ଗମାନଙ୍କୁ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି ଓ Toilet Bowlରେ ପାର୍ଟି ପାଇଁ ପାନୀୟ ପ୍ରସ୍ତୁତ କରିବା ସହ ତାକୁ ନିଜ ସାଙ୍ଗମାନଙ୍କୁ ପରଷି ଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓଟି ଫେସବୁକ ଆକାଉଣ୍ଟ୍ ଆନ୍ନା ସୋରେ ସେୟାର କରାଯାଇଛି ।


ଯେଉଁଥିରେ ମହିଳା ଜଣକ ଟଏଲେଟ୍ ବାଉଲ୍ ଭିତରେ ପାର୍ଟି ଡ୍ରିଙ୍କ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କୁ ସହ ଜଣେ ପୁରୁଷ ଥିବାର ଭିଡିଓରୁ ଜାଣି ହେଉଛି। ତେବେ ମହିଳା ଜଣକ ଆରମ୍ଭରେ ଟଏଲେଟ୍ କମୋଣ୍ଡରେ ବରଫ ଖଣ୍ଡ ପକାଉଛନ୍ତି, ତା’ପରେ କ୍ୟାଣ୍ଡି, ସୋଡା ପାନୀୟ ଏବଂ ଅନ୍ୟାନ୍ୟ ମିଠା ଜିନିଷ ଏବଂ ଆଇସ୍କ୍ରିମ୍ ମିଶ୍ରଣ କରୁଛନ୍ତି । ଏହା ପରେ ସେ ଏହି ସମସ୍ତ ଉପାଦାନକୁ ଭଲ ଭାବରେ ମିଶ୍ରଣ କରୁଛନ୍ତି। ଡ୍ରିଙ୍କ ପ୍ରସ୍ତୁତ ହୋଇଯିବା ପରେ ସେ ଏହାକୁ ନିଜ ସାଙ୍ଗମାନଙ୍କୁ ପରିବେଷଣ କରୁଛନ୍ତି।
ତେବେ ମଜା ତ ସେତେବେଳେ ଆସିଥିଲା ଯେତେବେଳେ ପାର୍ଟିର ଜଣେ ଅତିଥି ହୃଦୟଙ୍ଗମ କରିଥିଲେ ଯେ ସେମାନେ ପିଉଥିବା ପାନ୍ୟୟ ଟଏଲେଟ୍ ବାଉଲ୍ ରେ ତିଆରି ହୋଇ ପରିବେଷଣ କରାଯାଇଛି। କାରଣ ସେହି ବ୍ୟକ୍ତି ଡ୍ରିଙ୍କସରୁ କିଛି ଦୁର୍ଗନ୍ଧ ବାରିବା ସହ ଅନ୍ୟ ବନ୍ଧୁମାନଙ୍କୁ ଜଣାଇଥିଲେ। ସମସ୍ତେ ସେହି ଗନ୍ଧ ମଧ୍ୟ ଅନୁଭବ କରିବା ସହ ମହିଳାଙ୍କୁ ପଚାରିଥିଲେ। ମହିଳା ଜଣକ ନିଜ ସତ ମାନି ତାହାକୁ ଟଏଲେଟ୍ କମୋଣ୍ଡରେ ପ୍ରସ୍ତୁତ କରିଥିବାର କହିଥିଲେ। ସମସ୍ତେ ତୁରନ୍ତ ଏହା ଜାଣିବା ପରେ ନିଜ ଗ୍ଲାସ ଫୋପାଡ଼ି ଦେବା ସହ ଦୂରକୁ ଚାଲି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ପାନୀୟକୁ ଟଏଲେଟ୍ ବାଉଲ୍ ଭିତରେ ରଖିଥିବାର ଦେଖିବାକୁ ମିଳିଛି। ତେବେ ମହିଳା ଏଭଳି କରିବା ପଛରେ କାରଣ କଣ ? କେବଳ ନିଜେ ମଜା ନେବା ପାଇଁ କରିଥିବାର କୁହାଯାଉଛି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହାସହ ଅନେକ ୟୁଜର୍ସ କଟୁ ମନ୍ତବ୍ୟ ଦେଇଛନ୍ତି। ତେବେ ଏହି ଭିଡ଼ିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: